Latest Odisha News

BREAKING NEWS

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ଯନ୍ତ୍ରୀ

ବାରିପଦା: ବାରିପଦାର ଆଇଟିଡିଏ ସହକାରୀ ଯନ୍ତ୍ରୀ ଦୁର୍ଗା ମାଧବ ମିଶ୍ରଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି।

ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଉଭୟ ଘର ଓ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ତାଙ୍କର ବାରିପଦାସ୍ଥିତ ଅଫିସ୍, ଭଡାଘର, ଭୁବନେଶ୍ୱରରେ ଥିବା ଏକ ଫ୍ଲାଟ୍ ଓ ନୟାଗଡସ୍ଥିତ ପୈତୃକ ଘରେ ମଧ୍ୟ ଏକକାଳୀନ ଚଢାଉ ଲାଗି ଟିମ୍ ପଠାଯାଇଛି ।

ଅପରପକ୍ଷରେ ଭିଜିଲାନ୍ସର ଚଢାଉ ପୂର୍ବରୁ ସମ୍ପୃକ୍ତ ଯନ୍ତ୍ରୀଜଣକ ଘରେ ତାଲା ପକାଇ ଗତକାଲି ରାତିରୁ କେଉଁଆଡେ ପଳାଇଯାଇଛନ୍ତି । ଏହାବ୍ୟତିତ ଭିଜିଲାନ୍ସ ଟିମ୍ ତାଙ୍କ ଘର ଆଗରେ ଜଗି ରହିଥିବା ବେଳେ ସେ ଆସିବା ପରେ ଯାଇ ଘରର ତାଲା ଭଙ୍ଗାହେବ ବୋଲି ସୁତ୍ରରୁ ପ୍ରକାଶ ।

ତେବେ ଅନ୍ୟସ୍ଥାନରେ ଏହି ଚଢାଉ ଜାରି ରହିଥିବା ନେଇ ଟିମ୍ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.