Latest Odisha News

BREAKING NEWS

ଏହି ବ୍ୟକ୍ତିମାନେ ନିଜର ପୁରୁଣା ପୋଷାକ କେବେବି ଦାନ କରନ୍ତୁ ନାହିଁ…

ଭୁବନେଶ୍ବର:ସନାତନ ଧର୍ମରେ ଜପ,ତପ ଏବଂ ଧ୍ୟାନ ସହ ଦାନର ବି ମହତ୍ତ୍ବ ରହିଛି । କିନ୍ତୁ ଦାନ କରିବା ସମୟରେ ଅନେକ ଜିନିଷକୁ ଧ୍ୟାନରେ ରଖିବା ଜରୁରୀ । ବେଳେବେଳେ କ’ଣ ହୁଏ ଦାନ କରୁଥିବା ବ୍ୟକ୍ତି କିଛି ଏପରି ଜିନିଷ ଦାନ କରି ଦିଅନ୍ତି, ଯାହା ପରେ ତାଙ୍କୁ ଅସୁବିଧାରେ ପକାଇଥାଏ ।

ଅନେକ ଲୋକ ସେମାନଙ୍କର ପୁରୁଣା ପୋଷାକ ଦାନ କରନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପୁରୁଣା ପୋଷାକ ଦାନ କରିବା କିଛି ଲୋକଙ୍କ ପାଇଁ ଅଶୁଭ ହୋଇଥାଏ , କେବଳ ଏତିକି ନୁହେଁ, ସେମାନଙ୍କୁ ଏହି କାରଣରୁ ସେମାନଙ୍କ ଧନହାନୀ ମଧ୍ୟ ହୁଏ । ତେବେ ଆସନ୍ତୁ ଜାଣିବା କେଉଁମାନେ କେବେହେଲେ ସେମାନଙ୍କର ପୁରୁଣା ପୋଷାକ ଦାନ କରିବା ଉଚିତ୍ ନୁହେଁ?

ଯେଉଁମାନଙ୍କର ବୃହସ୍ପତି ସପ୍ତମ ଘରେ ଅଛି କିମ୍ବା ତୁଳାରେ ଅବସ୍ଥିତ,ସେମାନେ ପୁରୁଣା ପୋଷାକ ଦାନ କରିବା ଅନୁଚିତ୍ । ଯଦି ଏପରି ବ୍ୟକ୍ତି ପୋଷାକ ଦାନ କରନ୍ତି, ତେବେ କୁଣ୍ଡଳୀରେ ବୃହସ୍ପତି ଖରାପ ହେବା ସହ ଶୁକ୍ରଙ୍କ ସ୍ଥିତି ମଧ୍ୟ ଖରାପ ହୋଇଥାଏ ।

ଯଦି ରାଶିରେ ବୃହସ୍ପତି ଏବଂ ଶୁକ୍ରଙ୍କ ସ୍ଥିତି ଭଲ ନଥାଏ, ତେବେ ସେହି ବ୍ୟକ୍ତିଙ୍କ ବିବାହିତ ଜୀବନ ସଠିକ୍ ଭାବରେ ଚାଲିନଥାଏ ଏବଂ ଏହିପରି ଲୋକଙ୍କ ଜୀବନରେ ଆର୍ଥିକ ସମସ୍ୟା ଦେଖାଯିବା ଆରମ୍ଭ ହୋଇଯାଏ । ଆହୁରିମଧ୍ୟ ଏହିପରି ଲୋକଙ୍କ ଜୀବନରେ ସମସ୍ୟା କେବେ ସରେ ନାହିଁ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ପ୍ରତିକୂଳ ପ୍ରଭାବିତ ହୋଇଥାଏ ।

 

Comments are closed.