Latest Odisha News

BREAKING NEWS

ଭୂତ ସଂଘର ସଭାପତି ଗିରଫ, ୨୦୧୩ ମସିହା ହତ୍ୟା ମାମଲାରେ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ନିଜକ ଭୂତ ସଂଘର ସଭାପତି ବୋଲି ଦାବି କରୁଥିବା ବିପିନ କୁମାର ରାଉତରାୟ ଗିରଫ। ୨୦୧୩ ମସିହାର ଏକ ହତ୍ୟା ମାମଲାରେ ପୋଲିସ ଗିରଫ କରିଛି। କିଛି ଦିନ ହେବ ସୋଶିଆଲ ମିଡିଆରେ ବିଭିନ୍ନ ଗଣମାଧ୍ୟମକୁ ବିପିନ ରାଉତ ରାୟ ପ୍ରତିକ୍ରିୟା ଦେଇଥିଲେ। ଯାହାକୁ ନେଇ ସେ ସାରା ଓଡିଶାରେ ଚର୍ଚ୍ଚାରେ ଥିଲା।

ଝାରସୁଗୁଡାରେ ଉପନିର୍ବାଚନ ହେବାକୁ ଯାଉଛି। ଆଉ ଏହି ନିର୍ବାଚନକୁ ଭୂତ ମାନେ ଯିବେ। ଏହି ଭୂତଙ୍କ ମଧ୍ୟରେ ମନ୍ତ୍ରୀ ନବ ଦାସ ରହିଛନ୍ତି। ଯାହାଙ୍କର ନିକଟରେ ମୃତ୍ୟୁ ହୋଇଛି। ବିପିନ ରାଉତରାୟ କହିବା ଅନୁସାରେ ନିକଟରେ ରାତିରେ ସେ ଆସୁଥିଲେ। ଏହି ସମୟରେ ଦିବଂଗତ ନେତାଙ୍କ ପ୍ରେତାତ୍ମାଙ୍କ ସହ ତାଙ୍କର ଦେଖାସାକ୍ଷାତ ହୋଇଥିଲା। ଆଉ ଏହାପରେ ବିଭିନ୍ନ କଥା ସେ କହୁଥିଲେ। ଏବଂ ବିପିନ ଯେଉଁ ବୟାନ ଦେଉଥିଲେ ସେଥିରେ ସେ ବିଭିନ୍ନ ନେତାଙ୍କୁ ମଧ୍ୟ ଇସାରା କରି ସମାଲୋଚନା କରୁଥିଲେ। ପରେ ହତ୍ୟା ମାମଲାରେ ପୂର୍ବରୁ ୩ଟି ଓ୍ୱାରେଣ୍ଟ ଥିଲା। ସେ ନନ୍ଦପୁର ଆସିଥିବା ବେଳେ ତାଙ୍କୁ ପୋଲିସ ଗିରଫ କରିଛି। ବିପିନ ରାଜଧାନୀ ଭରତପୁର ଅଞ୍ଚଳର। ସେ ଭୂତ ସଂଘର ସଭାପତି ବୋଲି କୁହନ୍ତି। ତାଙ୍କ ଅଧିନରେ ହଜାର ହଜାର ଭୂତ ରହିଛନ୍ତି ବୋଲି ସେ ଦାବି କରନ୍ତି। ସେ ଗିରଫ ହେବା ପରେ ମଧ୍ୟ ସୋଶିଆଲ ମିଡିଆରେ ନାନା ଚର୍ଚ୍ଚା ଆରମ୍ଭ କରିଛି। କିଛି ଏଭଳି ଗିରଫଦାରୀକୁ ସମର୍ଥନ କରିଥିବା ବେଳେ ଆଉ କିଛି ପୋଲିସର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏତେ ପୁରୁଣା ମାମଲାରେ ହଠାତ କିଭଳି ପୋଲିସର ନିଦ ଭାଙ୍ଗିଲା? ପୂର୍ବରୁ କାହିଁକି ଚୁପ ରହିଥିଲା?

Comments are closed.