Latest Odisha News

BREAKING NEWS

ବିମାନ ଦୁର୍ଘଟଣା ନେଇ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ…

ନୂଆଦିଲ୍ଲୀ: ଗତ ଗୁରୁବାର ଅପରାହ୍ନରେ ଅହମ୍ମଦାବାଦରେ ଘଟିଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ପ୍ରାୟ ୨୬୫ରୁ ଲୋକଙ୍କ ଜୀବନ ଯାଇଛି। ତେବେ ଏପରି ଏକ ଦୁଃଖଦ ମୂହୁର୍ତ୍ତ ରେ ଜଣେ ଜ୍ୟୋତିଷ ଙ୍କର ଏକ ପୁରୁଣା ଟ୍ୱିଟ୍ ଅନଲାଇନ ରେ ଭାଇରାଲ ହେଉଥିବାରୁ ତାହା ବର୍ତ୍ତମାନ୍ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷର କାରଣ ପାଲଟିଛି।

ଏହି ବିମାନ ଦୁର୍ଘଟଣାର ପୂର୍ବାନୁମାନ କରିଥିବା ନେଇ ଶର୍ମିଷ୍ଠା ନାମକ ଜଣେ ଜ୍ୟୋତିଷ ଦାବି କରିଛନ୍ତି। ଗତ ଜୁନ୍ ୫ ତାରିଖରେ ଜ୍ୟୋତିଷ ବିମାନ ଚଳାଚଳ ପ୍ରସାରଣ ଏବଂ ଶିଳ୍ପରେ ସମ୍ଭାବ୍ୟ “ବିନାଶ” କୁ ନେଇ ଏକ ପୂର୍ବାନୁମାନ କରିଥିଲେ। ବିମାନ ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ ପୋଷ୍ଟ କରିଥିଲେ। “ବୃହସ୍ପତି ଏପର୍ଯ୍ୟନ୍ତ ଆର୍ଦ୍ରାରେ ପ୍ରବେଶ କରିନାହାନ୍ତି ଓ ବର୍ତ୍ତମାନ୍ ପର୍ଯ୍ୟନ୍ତ ଭାରତର ମଙ୍ଗଳ ମହାଦଶା ଆରମ୍ଭ ହୋଇ ନାହିଁ। କିନ୍ତୁ ଏତେ ପରିମାଣର କ୍ଷତି ହୋଇ ସାରିଲାଣି।

ତେବେ ଡିସେମ୍ବର ୨୦୨୪ରେ କରାଯାଇଥିବା ଏକ ପୋଷ୍ଟ ମଧ୍ୟ ରହିଛି ଯେଉଁଥିରେ ସେ ଦାବି କରିଛନ୍ତି ଯେ  ୨୦୨୫ ମସିହା  ରେ ବିମାନ ଚଳାଚଳ କ୍ଷେତ୍ର ଭଲ ହେବ କିନ୍ତୁ ବିମାନ ଦୁର୍ଘଟଣାର ଖବର ମଧ୍ୟ ସମସ୍ତଙ୍କୁ ଚକିତ କରିବ। ତେବେ ଏହି ପୋଷ୍ଟଗୁଡ଼ିକୁ ନେଇ ଅନେକ ଏକ୍ସ ୟୁଜର୍ସ ତାଙ୍କୁ ଅସମ୍ବେଦନଶୀଳ ଏବଂ ସୁଯୋଗବାଦୀ କହି ସମାଲୋଚନା କରୁଛନ୍ତି। ଜଣେ ୟୁଜର ନିଜର ଅସନ୍ତୋଷ ପ୍ରକାଶ କରି ଲେଖିଛନ୍ତି ଯେ ବିମାନ ଦୁର୍ଘଟଣାରେ ଲୋକମାନେ ପ୍ରାଣ ହରାଇଛନ୍ତି କିନ୍ତୁ ଆପଣ ଏହାକୁ ଭବିଷ୍ୟବାଣୀ କରିବା ପାଇଁ ବ୍ୟବହାର କରୁଛନ୍ତି? ଏହା କୌଣସି  ମନ୍ତବ୍ୟ ଦେବାର  ସମୟ ନୁହେଁ ।

ଆପଣ କ’ଣ ଗ୍ରହ ଉପରେ ଆଧାରିତ ଏଆଇ ୧୭୧ ଦୁର୍ଘଟଣାର ପୂର୍ବାନୁମାନ କରିଥିଲେ? ବୋଲି ଆଉ ଜଣେ ୟୁଜର ଲେଖିଛନ୍ତି।ସମସ୍ତ ୨୫୦ ପୀଡିତଙ୍କ କୁଣ୍ଡଳୀ ଏବଂ ଗ୍ରହ ସ୍ଥାନ ସମାନ ଥିଲା କି? ଜ୍ୟୋତିଷ ଭାଗ୍ୟ ନୁହେଁ ବରଂ ଏହା ଏକ ବିଭ୍ରାନ୍ତି ବୋଲି କେହି କେହି କହିଛନ୍ତି। ଏହିପରି ଦୁଃଖଦ ଘଟଣାକୁ ଏକ ମାର୍କେଟିଂ ସୁଯୋଗ ଭାବରେ ବ୍ୟବହାର କରାଯିବା ଆଦୌ ଉଚିତ୍ ନୁହେଁ ବୋଲି ୟୁଜର୍ସ ପ୍ରକାଶ କରିଛନ୍ତି।

 

Comments are closed.