Latest Odisha News

BREAKING NEWS

ଅରବିନ୍ଦ କେଜରିୱାଲ ହେଲେ ଭାବବିହ୍ୱଳ,ଜେଲ ଯିବା ପୂର୍ବରୁ ଦିଲ୍ଲୀବାସୀଙ୍କୁ ଦେଲେ ଏଭଳି ବାର୍ତ୍ତା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ  ହେଲେ ଭାବବିହ୍ୱଳ । ଜୁନ ୨ରେ ସୁପ୍ରିମକୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି କେଜରିୱାଲ । ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀବାସୀଙ୍କୁ ଏକ ଭାବପ୍ରବଣ ବାର୍ତ୍ତା ଜାରି କରିଛନ୍ତି । ମୁଁ ଜେଲ ଭିତରେ ରହିଲେ ବି ରାଜ୍ୟର ଗୋଟିଏ ବି କାମ ବନ୍ଦ ହେବ ନାହିଁ।

କେଜ୍ରିୱାଲଙ୍କ କହିଛନ୍ତି  ଜେଲରେ ୫୦ ଦିନ ରହିଥିଲି। ଜେଲରେ ମତେ ଡାଇବେଟିସ ମେଡିସିନ ଦିଆଯାଉ ନଥିଲା। ଏହି ୫୦ ଦିନ ଭିତରେ ମୋ ଓଜନ ୬ କେଜି କମି ଯାଇଥିଲା। ଜେଲରୁ ବାହାରିବା ପରେ ମଧ୍ୟ ମୋ ଓଜନ ବୃଦ୍ଧି ପାଇ ନାହିଁ। ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଡାକ୍ତରମାନେ ବେଶ ଚିନ୍ତିତ ଅଛନ୍ତି ।  ଏସବୁ ସତ୍ତ୍ୱେ ମୁଁ ଜେଲରେ ରହିଲେ ବି ଆପଣଙ୍କ କଥା ବୁଝିବି ।

ମୁଁ ଆପଣମାନଙ୍କ ସହ ଶାରୀରିକ ଭାବେ ରହିପାରିବି ନାହିଁ, ତଥାପି ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣମାନଙ୍କ କାମ ବନ୍ଦ ହେବନି । ମାଗଣା ବିଜୁଳି, ହସ୍ପିଟାଲ, ମାଗଣା ମେଡିସିନ ଓ ମହିଳାଙ୍କ ମାଗଣା ବସ୍‌ ଯାତ୍ରା ଭଳି ସବୁ ସେବା ଜାରି ରହିବ ବୋଲି କହିଛନ୍ତି କେଜ୍ରିୱାଲ ।

ସେ କହିଛନ୍ତି, ମୋ ବାପା ମା’ ବୃଦ୍ଧ ହୋଇଗଲେଣି। ମା ବହୁତ ଅସୁସ୍ଥ ଅଛନ୍ତି  । ଯଦି ଆପଣମାନେ ମୋ ମା’ଙ୍କ ପାଇଁ ସବୁଦିନ ପ୍ରାର୍ଥନା କରିବେ, ମୋର ବିଶ୍ବାସ ସେ ନିଶ୍ଚିତ ଭାବେ ସେ ସୁସ୍ଥ ରହିବେ।

ସୂଚନା ଥାଉକି,ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡି ମାର୍ଚ୍ଚ ୨୧ରେ ଗିରଫ କରିଥିଲା। ସେ ୫୦ ଦିନ ଜେଲରେ ରହିବା ପରେ ଲୋକସଭା ନିର୍ବାଚନର ପ୍ରଚାର ପାଇଁ ୨୧ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ  ।

 

Comments are closed.