Latest Odisha News

୨୦୨୨ରେ ଦୁଇ ଚକିଆ ଯାନ ଜନିତ ଦୁର୍ଘଟଣାରେ ୭୫ ହଜାର ପ୍ରାଣ ହରାଇଛନ୍ତି

ନୂଆଦିଲ୍ଲୀ: ୨୦୨୨ରେ ଦୁଇ ଚକିଆ ଯାନ ମୃତ୍ୟୁ ପ୍ରାୟ ୮% ବୃଦ୍ଧି ପାଇ ପ୍ରାୟ ୭୫,୦୦୦ରେ ପହଞ୍ଚିଛି, ଯାହା ଦେଶର ସଡ଼କରେ ୧,୬୮,୪୯୧ ମୃତ୍ୟୁ ମଧ୍ୟରୁ ୪୪% ଅଟେ। ବର୍ଷକ ମଧ୍ୟରେ ପଥଚାରୀଙ୍କ ମୃତ୍ୟୁ ସଂଖ୍ୟା ୩୨,୮୨୫ରେ ପହଞ୍ଚିଛି।

ସମସ୍ତ ଦୁର୍ଘଟଣାରେ ମୋଟ ମୃତ୍ୟୁର ପ୍ରାୟ ଏକ ଚତୁର୍ଥାଂଶ ପାଇଁ ଦୁଇ ଚକିଆ ଯାନ ଦାୟୀ ରହିଥିଲା ଏବଂ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପଥଚାରୀଙ୍କ ମଧ୍ୟରୁ ସର୍ବାଧିକ ସଂଖ୍ୟାରେ ୯,୩୧୬ ବା ସମସ୍ତ ପଥଚାରୀଙ୍କ ମଧ୍ୟରୁ ୨୮% ମୃତ୍ୟୁବରଣ କରିଥିଲେ।ସରକାରୀ ତଥ୍ୟରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ୪୭,୧୭୧ ଜଣଙ୍କର ମୃତ୍ୟୁ ଦୁଇ ଚକିଆ ଯାନ ଚାଳକଙ୍କ ଦୋଷ ଯୋଗୁଁ ହୋଇଛି।

ଗତବର୍ଷ ତାମିଲନାଡୁରେ ସର୍ବାଧିକ ୧୧,୧୪୦ ଜଣ ଦୁଇ ଚକିଆ ଯାନ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ମହାରାଷ୍ଟ୍ରରେ ୭,୭୩୩ ଓ ଉତ୍ତରପ୍ରଦେଶରେ ୬,୯୫୯ ଜଣ ଦୁଇ ଚକିଆ ଯାନ ଚାଳକଙ୍କ ମୃତ୍ୟୁ ଘଟିଛି। ପଥଚାରୀଙ୍କ ମୃତ୍ୟୁ ମାମଲାରେ ତାମିଲନାଡୁରେ ୪,୪୨୭, ବିହାରରେ ୩,୩୪୫ ଏବଂ ପଶ୍ଚିମବଙ୍ଗରେ ୨,୯୩୮ ଜଣଙ୍କର ମୃତ୍ୟୁ ଘଟିଛି।

ଦୁଇ ଚକିଆ ଯାନକୁ ଅନ୍ୟ ଟ୍ରାଫିକ୍ରୁ ଅଲଗା କରିବା ହିଁ ଦୁର୍ଘଟଣା ରୋକିବାର ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସଡ଼କ ସୁରକ୍ଷା ପାଇଁ ଓକିଲାତି କରୁଥିବା କଞ୍ଜ୍ୟୁମର ଭୋଇସିର ସିଇଓ ଆଶିମ୍ ସାନିଆଲ୍ କହିଛନ୍ତି, ଏହି ରିପୋର୍ଟର ଅର୍ଥ ହେଉଛି ଅସୁରକ୍ଷିତ ସଡ଼କ ବ୍ୟବହାରକାରୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଚିବା। ସେମାନଙ୍କ ପ୍ରତିଷେଧକ ବ୍ୟବସ୍ଥା ମାଧ୍ୟମରେ ରାସ୍ତାଘାଟରେ ଜୀବନ ବଞ୍ଚାଇବାରେ ଗୋଟିଏ ବି ରାଜ୍ୟ ସକାରାତ୍ମକ ପ୍ରଭାବ ପକାଇ ପାରିନାହିଁ। ୨୦୩୦ ସୁଦ୍ଧା ସଡ଼କ ମୃତ୍ୟୁ ହାରକୁ କିଭଳି ୫୦ ପ୍ରତିଶତ ହ୍ରାସ କରାଯାଇପାରିବ ସେ ନେଇ ସମସ୍ତେ ଆତ୍ମସମୀକ୍ଷା କରିବାର ସମୟ ଆସିଛି।

Comments are closed.