Latest Odisha News

BREAKING NEWS

ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ, ୧୬ ଗିରଫ

ପାଟଣା: ବିହାରରେ ପୁଣି ଫେରିଲା ବିଷାକ୍ତ ମଦ ମୃତ୍ୟୁ। ମଦ ବିକ୍ରି ଓ ଉତ୍ପାଦନ ଉପରେ କଟକଣା ଲାଗିଥିବା ରାଜ୍ୟରେ ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ୭ ଜଣ ହସ୍ପିଟାଲରେ ଗୁରୁତର ଭାବେ ଚିକିତ୍ସାଧୀନ ରହିଛନ୍ତି। ସିଓ୍ୱାନ ଜିଲ୍ଲାରେ ଘଟିଥିବା ଏହି ବିଷାକ୍ତ ମଦ ମୃତ୍ୟୁ ଘଟଣା ଏବେ ସାରା ରାଜ୍ୟରେ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି। ଆରଜେଡି-ଜେଡିୟୁ ସରକାର ହେବା ପରେ ଦ୍ବିତୀୟ ଥର ସମାନ ବିଷାକ୍ତ ମଦ ମୃତ୍ୟୁ ଖବର ବିହାର ରାଜନୀତିକୁ ମଧ୍ୟ ସରଗରମ କରିଛି।

ରବିବାର ସନ୍ଧ୍ୟାରେ ଲାକାରି ନାବିଗଞ୍ଜ ଫାଣ୍ଡି ଅନ୍ତର୍ଗତ ଭୋପଟପୁର ପଞ୍ଚାୟତର ବାଲା ଗାଁରେ ଏହି ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମ୍ମାକୁ ଆସିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପକ ଚୌହାନ ଏବଂ ଭାଇ ସନ୍ଦୀପ ଚୌହାନଙ୍କ ସମେତ ଅତି କମରେ ୧୬ ଜଣଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଷାକ୍ତ ମଦ ମୃତ୍ୟୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କକିବା ସହିତ କୌଣସି ଉତ୍ତର ଦେବେ ନାହିଁ ବୋଲି କହିଛନ୍ତି।

ଜିଲ୍ଲାପାଳ ଅମିତ କୁମାର ପାଣ୍ଡେ କହିଛନ୍ତି ଯେ ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।ମଦ୍ୟପାନ କରୁଥିବା ଅନ୍ୟ ୬ ଜଣ ଦୃଷ୍ଟି ଶକ୍ତି ହରାଇଥିବାର ଅଭିଯୋଗ କରିଛନ୍ତି ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ଉଲ୍ଲେଖଯୋଗ୍ୟ, ଏହା ହେଉଛି ୨୦୨୩ ମସିହାରେ ବିହାରରେ ଏବଂ ପ୍ରଥମ ମାସରେ ସିୱାନରେ ଦ୍ୱିତୀୟ ଘଟଣା। ଡିସେମ୍ବର ୧୬, ୨୦୨୨ରେ ସାରାନ ଜିଲ୍ଲାରେ ୭୦ ରୁ ଅଧିକ ଲୋକ ପ୍ରାଣ ହରାଇବାର କିଛି ଦିନ ପରେ ପୁଣିଥରେ ବିଷାକ୍ତ ମଦ୍ୟପାନ କରିବା ପରେ ଏପରି ଅଭିଯୋଗ ଆସିଛି। ଏପ୍ରିଲ ୨୦୧୬ ଠାରୁ ବିହାରରେ ମଦ ଉତ୍ପାଦନ, ବିକ୍ରି ନିଷେଧ ରହିଛି।

Comments are closed.