Latest Odisha News

ଅତିକ-ଅଶରଫଙ୍କ କଳା କାରନାମା: ମୁସଲିମ ଯୁବକଙ୍କୁ ପାକିସ୍ତାନ ପଠାଇ ଆତଙ୍କୀ ସଜାଉଥିଲେ

ଲକ୍ଷ୍ନୌ:ମାଫିଆ ଡନ ଅତିକ ଅହମ୍ମଦ ଏବଂ ଅଶରଫର କଳା କାରନାମାକୁ ନେଇ ସାମ୍ନାକୁ ଆସିଲା ବଡ ଖବର । ଏଟିଏସ ତଦନ୍ତରୁ ଜଣାପଡିଛି, ଅତିକ ଏବଂ ଅଶରଫ ଉଭୟ ମୁସଲିମ ସଂପ୍ରଦାୟର ଯୁବକଙ୍କ ବଦେଶ ପଠାଇ ଆତଙ୍କୀ ସଂଗଠନ ସାମିଲ କରାଉଥିଲେ । ଏହା ବଦଳରେ ଅତିକଙ୍କୁ  ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଆଦି ମାଗଣାରେ ଯୋଗାଇ ଦିଆଯାଉଥିଲା । ଏହି ହତିଆର ଡ୍ରୋନ ଜରିଆରେ ପଞ୍ଜାବ ପଠାଯାଉଥିଲା । ତେବେ ଅତିକ କେତେଜଣ ଯୁବକଙ୍କୁ ଆତଙ୍କୀ ସଗଂଠନରେ ସାମିଲ ହେବାପାଇଁ ପଠାଇଥିଲା ତାହାର ଯାଞ୍ଚ କରୁଛି ଏଟିଏସ  ।

ମାଫିଆ ଅତିକ ଏବଂ ତା ଭାଇ ଅଶରଫ ପ୍ରୟାଗରାଜର ଅନେକ ଯୁବକଙ୍କୁ ଆତଙ୍କୀ ସଂଗଠନରେ ସାମିଲ କରାଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଜିଶାନ କମରକୁ ଏଟିଏସ ଧରିଥିଲା । ୨୦୨୧ ସେପ୍ଟେମ୍ବରରେ ଜିଶାନଙ୍କୁ ୟୁପି ଏଟିଏସ ଧରିଥିଲା । ଜିଶାନଙ୍କୁ ଧରିବା ପରେ ଜଣାପଡିଥିଲା ସେ ପାକିସ୍ତାନ ଯାଉ ଅସ୍ତ୍ରଶସ୍ତ୍ର ଚାଳନା ତାଲିମ ନେଇଥିଲେ ଏବଂ ଜିହାଦରେ ମଧ୍ୟ ଭାଗ ନେଇଥିଲେ । ସେ ଭାରତରେ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ହେବା ପାଇଁ ଯୋଜନା ରଖିଥିଲେ ।

୨୦୧୭ରେ ଅଶରଫ ନିଜେ ଜିଶାନଙ୍କ ପାସପୋର୍ଟ ତୁରନ୍ତ କରିଦେବା ପାଇର୍ ପାସପୋର୍ଟ ଅଧିକାରୀଙ୍କୁ ଚିଠି ଲେଖିଥିଲା । ଜିଶାନଙ୍କ ଗିରଫଦାରୀ ପରେ ୟୁପି ଏଟିଏସ ଟିମ ଅନ୍ୟମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି । ତେବେ ଅତିକ ଏବଂ ଅଶରଫ ଆଉ କାହାର ପାସେପାର୍ଟ ପାଇଁ ସୁପାରିଶ କରିଥିଲେ ତାହାର ଯାଞ୍ଚ କରୁଛି ଏଟିଏସ ।

ତେବେ ୟୁପିଏଟିଏସର ସୂଚନା ଅନୁଯାୟୀ, ଜିଶାନଙ୍କୁ ରିମାଣ୍ଡ ଜେରାବେଳେ ଜଣାପଡିଥିଲା ଯେ, ଅତିକ ଅହମ୍ମଦ ଡ୍ରୋନ ଜରିଆରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ମଗାଉଥିଲା । ଏଥିପାଇଁ ତାକୁ କୌଣସି ଅର୍ଥ ଦେବାକୁ ପଡୁ ନ ଥିଲା । ଅତିକ ଏହି ମୁସଲିମ ଯୁବକମାନଙ୍କୁ ଆଇଏସଆଇରେ ମିଶାଉଥିବା ଏଟିଏସ ଅନୁମାନ କରୁଛି ।

ତଦନ୍ତରୁ ଏକଥା ମଧ୍ୟ ଜଣାପଡିଛି ଯେ ଅତିକ ଏବଂ ଅଶରଫ ପ୍ରୟାଗରାଜରେ ମୁସଲିମ ବସ୍ତି କରିବାପାଇଁ ଚାହୁଁଥିଲେ । ବିଶେଷ କରି କରେଲି, ଖୁଲଦାବାଦ, ଶାହଗଞ୍ଜ, ଅତରସୁଇୟା, ଚକିୟା, ଅଟାଲା ଏବଂ କସାରୀମାସରୀ ଇଲାକାରେ ଏହି ବସ୍ତି କରିବାକୁ ଚାହୁଁଥିଲା । ମୁସଲିମ ଯୁବକମାନଙ୍କୁ ଅର୍ଥ ଏବଂ ଅନ୍ୟ ପ୍ରଲୋଭନ ଦେଖାଇ ଖାଡି ଦେଶ ପଠାଉଥିଲା ଏବଂ ସେଠାରୁ ସେମାନଙ୍କୁ ପାକିସ୍ତାନ ପଠାଯାଉଥିଲା ।

Comments are closed.