Latest Odisha News

BREAKING NEWS

‘ଯବାନ-୨’ ନିଶ୍ଚୟ ନିର୍ମାଣ କରିବି, ଏମିତି କହିଲେ ନିର୍ଦ୍ଦେଶକ ଅଟଲି

ମୁମ୍ବାଇ: ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ଯବାନ’ ଏବେ ସାରା ବିଶ୍ୱରେ ଧମାଲ କରିଛି । ଏହା ଗତ ୭ ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଫିଲ୍ମ ଯବାନର କ୍ରେଜ ଦେଖିବାକୁ ମିଳିଛି । ଆଡଭାନ୍ସ ବୁକିଂରେ ଭଲ ଆୟ କରିବା ପରେ ରିଲିଜ୍ ପରେ ମଧ୍ୟ ବକ୍ସ ଅଫିସରେ ବି ରେକର୍ଡ଼ ଭାଙ୍ଗିଛି । ଏହି ଫିଲ୍ମକୁ ଦେଖିବା ପରେ ଅନେକ କଳାକାର ବେଶ୍ ପ୍ରଶଂସା କରିଛନ୍ତି । ଫିଲ୍ମଟି ସଫଳ ହେବା ପରେ ଏବେ ନିର୍ଦ୍ଦେଶକ ଅଟଲି ଏହାର ଦ୍ୱିତୀୟ ଭାଗ ଆଣିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ।

BjdElectrycity

ନିକଟରେ ଏକ ସାକ୍ଷାତକାରରେ ଅଟଲି କହିଛନ୍ତି, ଆଜି ପର୍ଯ୍ୟନ୍ତ ମୋର ସବୁ ଫିଲ୍ମର ଶେଷ ଗୋଟିଏ ଭାଗରେ ହିଁ ହୋଇଛି । କୌଣସି ଫିଲ୍ମର ମୁଁ ଦ୍ୱିତୀୟ ଭାଗ ନିର୍ମାଣ କରିନାହିଁ । ହେଲେ ଯବାନର ଦ୍ୱିତୀୟ ଭାଗ ପାଇଁ ଯଦି ମୋତେ ଭଲ କାହାଣୀ ମିଳେ ତେବେ ମୁଁ ‘ଯବାନ-୨’ ନିର୍ମାଣ ନିଶ୍ଚୟ କରିବି । ଯବାନକୁ ଲୋକେ ଏତେ ଭଲ ପାଇବା ଦେବେ ମୁଁ କେବେ ଭାବି ନ ଥିଲି । ଅଟଲି କିଛି ଲେଖକଙ୍କୁ ‘ଯବାନ’ର ସିକ୍ୟୁଏଲ ପାଇଁ କାହାଣୀ ଲେଖିବାକୁ କହିଥିବା ଶୁଣିବାକୁ ମିଳିଛି ।

Leave A Reply

Your email address will not be published.