Latest Odisha News

BREAKING NEWS

ଜୱାନ ୨ ଫିଲ୍ମ କେବେ ଆରମ୍ଭ ହେବ କହିଲେ ଅଟଲୀ

ମୁମ୍ବାଇ: ଶାହାରୁଖ ଖାଁ ଏବେ ତାଙ୍କର ଆଗାମୀ ଫିଲ୍ମ କିଙ୍ଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ଦୀପିକା ପାଦୁକୋନ ଓ ସୁହାନ ଖାଁ ଅଭିନୟ କରୁଛନ୍ତି । ଇତି ମଧ୍ୟରେ ଶାହାରୁଖଙ୍କ ଦୁଇ ସୁପର ହିଟ ଫିଲ୍ମ ଜୱାନ ଓ ପଠାନର ସୀକ୍ୱେଲ ନେଇ ଆଲୋଚନା ଆରମ୍ଭ ହୋଇଛି । ୨୦୨୩ରେ ରିଲିଜ ହୋଇଥିବା ଜୱାନ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏହାର ନିର୍ଦ୍ଦେଶକ ଅଟଲୀ କୁମାର ଫିଲ୍ମ ଜୱାନର ସୀକ୍ୱେଲ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ମୁଁ ଓ ଶାହାରୁଖ ବର୍ତମାନ ଏହି ଫିଲ୍ମ କରୁ ନାହୁଁ । ଏହା ଆରମ୍ଭ ହେବାକୁ ନିଶ୍ଚିତ ଭାବେ ବେଶ କିଛି ବର୍ଷ ସମୟ ଲାଗିବ । ଶାହାରୁଖଙ୍କ ସହ ଅନ୍ୟ ଏକ ପ୍ରୋଜେକ୍ଟରେ ମୁଁ ନିଶ୍ଚିତ ଭାବେ କାମ କରିବି ।

ଡନ ୩ରେ ଉଭୟ ଏକତ୍ର ହେବା ଖବରକୁ ଅଟଲୀ ଖଣ୍ଡନ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଗୁଜବ ମୁଁ ଡନ ୩ ସହିତ ଜଡିତ ନାହିଁ । ଅଟଲୀ ପ୍ରକାଶ କରି ନ ଥିଲେ ମଧ୍ୟ ସେ ସାଉଥର ଅନ୍ୟ ଏକ ଫିଲ୍ମରେ ବ୍ୟସ୍ତ ଅଛନ୍ତି । କେତେକ ରିପୋର୍ଟ ଅନୁସାରେ ଫରହାନ ଅଖତାରଙ୍କ ଡନ ୩ରୁ ରଣବୀର ସିଂ ଓହରିଯିବା ପରେ ସେ ଶାହାରୁଖଙ୍କ ସହ ଯୋଗାଯୋଗ କରିଥିଲେ । ଶାହାରୁଖ ଏଥିରେ ଅଟଲୀଙ୍କୁ ସାମିଲ କରିବା ପାଇଁ ସର୍ତ ରଖିଥିଲେ । ଏବେ ଏହି ଖବର ଗୁଜବ ପ୍ରମାଣିତ ହୋଇଛି ।

Leave A Reply

Your email address will not be published.