Latest Odisha News

BREAKING NEWS

ଶାହାରୁଖ, ବିଜୟଙ୍କୁ ନେଇ ଫିଲ୍ମ କରିପାରନ୍ତି ଅଟଲୀ କୁମାର

ମୁମ୍ବାଇ: ଅଟଲୀ କୁମାରଙ୍କ ଯବାନ ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ ଜାରୀ ରଖିଛି । ଶାହାରୁଖ ଖାଁ ଅଭିନୀତ ଫିଲ୍ମ ପ୍ରତ୍ୟେକ ଦିନ କିଛି ନା କିଛି ରେକର୍ଡ ଭାଙ୍ଗୁଛି । ପୂର୍ବରୁ ଯବାନରେ ଥାଲାପଥି ବିଜୟ କାମିଓ ରୋଲ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲେ । ମାତ୍ର କୌଣସି କାରଣ ବଶତଃ ଏହା ସମ୍ଭବପର ହୋଇ ନ ଥିଲା । ଏବେ ଏକ ସାକ୍ଷାତକାରରେ ଅଟଲୀ ସ୍ପଷ୍ଟ ଭାବେ କହିଛନ୍ତି ସେ ଶାହାରୁଖ ଓ ବିଜୟଙ୍କୁ ନେଇ ଫିଲ୍ମ କରିବା ପାଇଁ ଆଗ୍ରହୀ । ଏ ନେଇ ସେ ଉଭୟଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଶାହାରୁଖ ଏବଂ ବିଜୟ କହିଛନ୍ତି ଯଦି ଭଲ ସ୍କ୍ରିପ୍ଟ ଆଣିବ ତେବେ ଆମେ ପ୍ରସ୍ତୁତ । ଅଟଲୀ ଏବେ ଭଲ ସ୍କ୍ରିପ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ଯଦି ସବୁ କିଛି ଠିକଠାକ ରୁହେ ତେବେ ଏହି ଦୁଇ ସୁପରଷ୍ଟାରକୁ ଏକତ୍ର ଦେଖିବା ପ୍ରଶଂସକଙ୍କ ଆଶା ପୂରଣ ହୋଇପାରିବ । ବିଜୟ ଏବଂ ଅଟଲୀଙ୍କ କମ୍ବିନେଶନ ସାଉଥରେ ଅନେକଗୁଡିଏ ହିଟ ଫିଲ୍ମ ଦେଇଛନ୍ତି । ଶାହାରୁଖ ଏବେ ରାଜକୁମାର ହୀରାନୀଙ୍କ ଡଙ୍କି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ଡିସେମ୍ବରରେ ରିଲିଜ ହେବ ବୋଲି ସ୍ଥିର ହୋଇଛି ।

Comments are closed.