Latest Odisha News

ଏଟିଏମରୁ ଟଙ୍କା ଉଠାଣ ହେବ ଅଧିକ ମହଙ୍ଗା, ମେ ୧ରୁ ଲାଗୁ

ନୂଆଦିଲ୍ଲୀ: ମେ ୧ ଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ଉପରେ ଇଣ୍ଟରଚେଞ୍ଜ ଫି ବୃଦ୍ଧିକୁ ଅନୁମୋଦନ ଦେଇଛନ୍ତି।

ଫାଇନାନ୍ସିଆଲ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ବ୍ୟାଙ୍କ ଆର୍ଥିକ କାରବାର ପାଇଁ ୨ ଟଙ୍କା ଏବଂ ଅଣ-ଆର୍ଥିକ କାରବାର ପାଇଁ ୧ ଟଙ୍କା ବୃଦ୍ଧି କରିଛି। ଅର୍ଥାତ ପୂର୍ବରୁ ଫ୍ରି ଲିମିଟ ସମାପ୍ତ ହେବା ପରେ ଯଦି କେହି ନଗଦ ଉଠାଉଥିଲେ ତେବେ ସେଥିପାଇଁ ୧୭ ଟଙ୍କା କଟୁଥିଲା ଯାହାକି ବର୍ତ୍ତମାନ ବୃଦ୍ଧି ପାଇ ୧୯ ଟଙ୍କାରେ ପହଞ୍ଚିଛି। ତେବେ ସେହିପରି ବାଲାନ୍ସ ଚେକ୍ ପାଇଁ ମଧ୍ୟ ଶୁଳ୍କ ୬ ଟଙ୍କାରୁ ବୃଦ୍ଧି ପାଇ ୭ ଟଙ୍କାରେ ପହଞ୍ଚିଛି।

ଏଟିଏମ ଏକ୍ସଚେଞ୍ଜ ଫି କଣ? 

ଏହା ହେଉଛି ଗୋଟିଏ ବ୍ୟାଙ୍କ ଦ୍ୱାରା ଅନ୍ୟ ଏକ ବ୍ୟାଙ୍କର ଗ୍ରାହକମାନଙ୍କୁ ଏଟିଏମ୍ ସେବା ପ୍ରଦାନ କରିବା ପାଇଁ ଯେଉଁ ଶୁଳ୍କ ଦିଆଯାଏ ତାକୁ ହିଁ ଏଟିଏମ୍ ଇଣ୍ଟରଚେଞ୍ଜ ଫି କୁହାଯାଏ। ତେବେ ଏହି ଶୁଳ୍କ ସାଧାରଣତଃ ବ୍ୟାଙ୍କିଙ୍ଗ୍ ଖର୍ଚ୍ଚର ଅଂଶ ଭାବରେ ଯୋଡା ଯାଇଥାଏ। ତେବେ ଏହା ଅନ୍ତର୍ଗତ ମେଟ୍ରୋ ସହରରେ ୫ଟି ଏବଂ ଅଣ-ମେଟ୍ରୋ ସହରରେ ୩ଟି ମାଗଣା କାରବାରର ସୁବିଧା ରହିଛି।

 

Comments are closed.