Latest Odisha News

ଏଟିଏମ୍‌ ଲୁଟ୍‌ କରିବାକୁ ଆସିଥିଲେ, ୭ ପିସିଆର୍‌ ଭ୍ୟାନ୍‌ରେ ଲୁଟେରାଙ୍କୁ ଗୋଡ଼ାଇଲା ପୁଲିସ୍

ବାରଙ୍ଗ: ରାଜଧାନୀ ଭୁବନେଶ୍ୱରରେ ଲୁଟ୍ ଉଦ୍ୟମ ପଣ୍ଡ। ଏଟିଏମ୍ ଲୁଟ୍ କରିବାକୁ ଆସିଥିଲେ। ହେଲେ ଦେଖିବା ମାତ୍ରେ ୭ ପିସିଆର୍ ଭ୍ୟାନ୍ ଧରି ଗୋଡ଼ାଇଲା ପୁଲିସ୍। ଲୁଟେରାମାନେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଧରିବା ପାଇଁ ୩ ଘଣ୍ଟା କାଳ ସେମାନଙ୍କ ପିଛା କରିଥିଲା କମିଶନରେଟ୍ ପୋଲିସ। ହେଲେ ଶେଷରେ ଚନ୍ଦ୍ରଶେଖରପୁର ଅଞ୍ଚଳର ସରସ୍ଵତୀ ବସ୍ତି ନିକଟରେ ଥିବା ନିଛାଟିଆ ବଣ ଭିତରେ ପିକ୍‌ଅପ୍ ଭ୍ୟାନ୍ ଛାଡ଼ି ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ଏଟିଏମ ଲୁଟେରା।

ପୁଲିସ ବଣ ଭିତରେ ଲୁଟେରାମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ହେଁ ସେମାନେ ଆକ୍ରମଣ କରିଥିଲେ। ଟେକାପଥର ମାଡ଼ ସହ ଲୁହାରଡ଼ ଓ ଛୁରୀରେ ଆକ୍ରମଣ କରିଥିବାରୁ ଜଣେ ପୁଲିସ କର୍ମୀ ସାମାନ୍ୟ ଆହତ ହୋଇଥିବା ବେଳେ ଗୋଟିଏ ପିସିଆର୍ ଭ୍ୟାନ୍ ଭାଙ୍ଗିଯାଇଛି।

ଜଙ୍ଗଲ ଭିତରେ ଲୁଟେରାମାନେ ଛାଡ଼ିଯାଥିବା ପିକ୍‌ଅପ୍ ଭ୍ୟାନ୍, ଗ୍ୟାସ୍ କଟର୍ ମେସିନ୍, ଗ୍ୟାସ୍ ସିଲିଣ୍ଡର୍, ଲୁହା ରଡ଼ ଓ ଛୁରୀ ଜବତ୍  କରିଛି ପୁଲିସ। ଏଥିସହିତ ଖସି ପଳାଇଥିବା ଲୁଟେରା ଗ୍ୟାଙ୍ଗଙ୍କୁ ଧରିବା ପାଇଁ ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ସେକ୍ସନ୍ ଫୋର୍ସ ଗଠନ କରି ପିସିଆର୍ ଟିମ୍ ଏବଂ କିଛି ଅଫିସରଙ୍କୁ ନେଇ ବିଭିନ୍ନ ଜାଗାରେ ଚଢ଼ାଉ କରାଯାଇଛି।

 

Comments are closed.