Latest Odisha News

BREAKING NEWS

ଖୋର୍ଦ୍ଧାରେ ପୁଣି ଏଟିଏମ୍ ଲୁଟିଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ସଦର ଥାନା ଅନ୍ତର୍ଗତ ବାଜପୁର ନିକଟରେ ଥିବା ଏକ ଏଟିଏମକୁ କିଛି ଦୁର୍ବୃତ୍ତ ଲୁଟ୍ କରିଥିବା ଘଟଣା ନଜରକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ କିଛି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ଟାଟା ଇଣ୍ଡିକାଶ୍ ଏଟିଏମ୍ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ପରବର୍ତ୍ତୀ ସମୟରେ ଦୁର୍ବୃତ୍ତମାନେ ସିସିଟିଭିକୁ ଭାଙ୍ଗିଦେବା ସହ ଏଟିଏମ୍କୁ ତାଡ଼ି ନେଇ ପଳାଇଥିବା ନେଇ ଜଣାପଡ଼ିଛି।

ଅନ୍ୟପକ୍ଷରେ ଆଜି ସକାଳେ କିଛି ବ୍ୟକ୍ତି ଟଙ୍କା ଉଠାଇବା ପାଇଁ କାଉଣ୍ଟରକୁ ଆସିଥିବାବେଳେ ଏଟିଏମରେ ଚୋରୀ ହୋଇଥିବା ନେଇ ଜାଣିବାକୁ ପାଇଥିଲେ ।

ତେବେ ଘଟଣାସ୍ଥଳରେ ପୋଲିସ ଓ ଅନୁସନ୍ଧାନକାରୀ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଏଟିଏମ ଲୁଟ୍ ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ।

ଉଲ୍ଲେଖଯୋଗ୍ୟ ଯେ ଗତ ନଭେମ୍ବର ୧୧ ତାରିଖରେ ଜିଲ୍ଲାର ତୁଳସୀପୁର ନିକଟସ୍ଥ ଏକ ଏଟିଏମ୍ରେ ଦୁବୃର୍ତ୍ତ ମାନେ ଲୁଟ୍ କରିବା ସହିତ ଏଟିଏମକୁ ମଧ୍ୟ ତାଡି ନେଇ ପଳାଇଥିଲେ । ଆହୁରି ମଧ୍ୟ ସ୍ଥାନୀୟ ନିରାକାରପୁର, ତୁଳସୀପୁର, ଜଟଣୀ ଓ ବାଘମାରି ଅଞ୍ଚଳରେ ଏହି ଏଟିଏମ୍ ଲୁଟ୍ ଭଳି ଘଟଣା ନଜରକୁ ଆସିଥିଲା ।

Leave A Reply

Your email address will not be published.