ଯାଜପୁର:ଯାଜପୁର ସଦର ଥାନା ଅନ୍ତର୍ଗତ ଏରବାଙ୍କ ଅଞ୍ଚଳରେ ରାତିରେ ହଣାକଟା । ରାଜନୖତିକ ଶତ୍ରୁତାକୁ ନେଇ ହଣାକଟା । ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାର ୩୧ ନମ୍ବର ଜୋନ ଜିଲ୍ଲା ପରିଷଦ ବିନୋଦ କୁମାର ମାଝିଙ୍କ ପରିବାରକୁ ବିଳମ୍ବିତ ରାତିରେ ସଂଘବଦ୍ଧ ଆକ୍ରମଣ । ଆକ୍ରମଣରେ ବୁଲିଲା ଖଣ୍ଡା ଭୁଜାଲି । ହଣାକଟାରେ ସ୍ଥାନୀୟ ଗ୍ରାମରକ୍ଷୀଙ୍କ ସହ ବିନୋଦ ମାଝିଙ୍କ ପରିବାରର ୩ ଜଣଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।
ମିଳିଥିବା ତଥ୍ୟ ଅନୁଯାୟୀ, ପୂର୍ବ ରାଜନୈତିକ ବିବାଦକୁ ନେଇ ଦୁଇ ଗୋଷ୍ଠୀର ଲୋକ ପରସ୍ପରକୁ ଥଟ୍ଟାମଜା କରିବା ସହ ପରସ୍ପରକୁ ଛିଗୁଲଉଥିଲେ । କଥା ବଢୁଥିବା ଦେଖି ସମାଧାନ କରିବା ପାଇଁ ଗ୍ରାମରକ୍ଷୀ ହସ୍ତକ୍ଷେପ କରିଥିଲେ । ଗ୍ରାମରକ୍ଷୀ ଜରିଆରେ ଘଟଣା ସମାଧାନ ଆଡକୁ ଯାଉଥିବା ବେଳେ ହଠାତ ୩୦ରୁ ଅଧିକ ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ । ସେମାନେ ଜିଲ୍ଲା ପରିଷଦଙ୍କ ପରିବାର ସଂଘବଦ୍ଧ ଆକ୍ରମଣ କରିଥିଲେ । ଜିଲ୍ଲା ପରିଷଦଙ୍କ ସାନ ଭାଇ ପ୍ରଶାନ୍ତ ମାଝି, ବଡବାପା ନାରାୟଣ ମାଝି ଓ ବାପା ବୀର କିଶୋର ମାଝିଙ୍କ ସହ ଗ୍ରାମରକ୍ଷୀ ସୁରେନ୍ଦ୍ର ମଲିକଙ୍କୁ ଆକ୍ରମଣ କରିଥିଲେ ।
ଆକ୍ରମଣରେ ସେମାନେ ଗୁରୁତର ଆହତ ହେବା ସହ ରକ୍ତାକ୍ତ ହୋଇଛନ୍ତି । ଏହି ଆକ୍ରମଣରେ ଅପର ଗୋଷ୍ଠୀର ବ୍ରଜ କିଶୋର ମଲିକ ଗୁରୁତର ହୋଇ ପଡଛନ୍ତି । ସମସ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ପରେ ବିଳମ୍ବିତ ରାତିରେ ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
Comments are closed.