Latest Odisha News

BREAKING NEWS

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଅନ୍ତରୀଣ ସୁରକ୍ଷା

କଟକ :  ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତ ବିନୟ ଭୂଷଣ ପଟ୍ଟନାୟକଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେ ଗିରଫ ହେବେ ନାହିଁ। ହେଲେ କେଶ୍ ଡାଏରୀ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥାକୁ ହାଇକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ଆକ୍ରମଣ ଘଟଣାରେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା। ଗିରଫଦାରୀ ଭୟ ଏଡାଇବାକୁ ହାଇକୋର୍ଟରେ  ସେ ଆଗୁଆ ଜାମିନ ଆବେଦନ କରିଥିଲେ।

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିଚିତ୍ରପୁର ପଞ୍ଚାୟତ ସରପଞ୍ଚ ଦେବାଶିଷ ପଣ୍ଡାଙ୍କୁ ମଧ୍ୟ ଗତକାଲି ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେ ମଧ୍ୟ ଗିରଫ ହେବେ ନାହିଁ । ଏଥିସହ  କେଶ୍ ଡାଏରୀ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥାକୁ  ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଗିରଫଦାରୀ ଭୟ ଏଡାଇବାକୁ ହାଇକୋର୍ଟରେ ସେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ।

ଏହି ଆକ୍ରମଣ ଘଟଣାରେ ଅନେକ ଅଭିଯୁକ୍ତ ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବଳଭଦ୍ର ଦାସ, ପରେଶ ବିଶ୍ୱାଳ, ରେଣୁପ୍ରଭା ବିଶ୍ୱାଳ ପ୍ରମୁଖ ଗିରଫଦାରୀକୁ  ଏଡ଼ାଇବା ଲାଗି ଆଗୁଆ ଜାମିନ ସହ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ବିରଜା ହାଟକୁ ନେଇ ରାସ୍ତାରୋକ ହୋଇଥିଲା। ଏହି ସମୟରେ ଧର୍ମଶାଳା ବିଧାୟକ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ  କରାଯାଇଥିଲା। ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରାଯାଇଥିଲା। ଏ ନେଇ ଯାଜପୁର ସଦର ଥାନାରେ ବିଧାୟକଙ୍କ ଅଭିଯୋଗ କ୍ରମେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି।

Leave A Reply

Your email address will not be published.