Latest Odisha News

BREAKING NEWS

ଟ୍ରେନ ଉପରକୁ ପଥର ମାଡ

ଭଦ୍ରକ: ରଥଯାତ୍ରାରେ ଟ୍ରେନ ଉପରକୁ ଆକ୍ରମଣ । ଟ୍ରେନଟି ତାର ଗନ୍ତବ୍ୟସ୍ଥଳକୁ ଯାଉଥିବା ବେଳେ ଅଚାନକ ପଥର ମାଡ ହେଲା । ଏଥିରେ କିଛି ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ଭୟରେ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରୁ ହାୱଡା ଯାଉଥିବା ଜନଶତାଦ୍ଦୀ ଟ୍ରେନ ଉପରକୁ ଅଚାନକ ପଥର ମାଡ ହୋଇଛି । ଭଦ୍ରକ ଜିଲ୍ଲା ଦେଇ ଟ୍ରେନ ଯାଉଥିବା ବେଳେ ପଥର ମାଡ ହୋଇଥିଲା । ପଥରମାଡରେ ୩ ରୁ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଏହି ଘଟଣାରେ ଟ୍ରେନର ଝରକା କାଚ ଭାଙ୍ଗିବା ସହ ଅନ୍ୟ କିଛି ଜିନିଷ କ୍ଷତି ହୋଇଛି । ତେବେ କେଉଁ କାରଣରୁ ପଥର ମାଡ ହେଲା ସେ ସମ୍ପର୍କରେ ସୂଚନା ମିଳିନାହିଁ । ଯାତ୍ରୀ ଆହତ ହେବା ପରେ ମଧ୍ୟ ଆରପିଏଫ ପୋଲିସ ଲୋକଙ୍କ କଥା ଶୁଣୁନଥିବା ଅଭିଯୋଗ ହୋଇଛି । କୌଣସି ବ୍ୟକ୍ତିଙ୍କୁ ଲକ୍ଷ କରି ପଥର ମାଡ ହୋଇଛି ନା ଏହା ପଛରେ ଅନ୍ୟ କାରଣ ଅଛି ସେ ସମ୍ପର୍କରେ କିଛି ଜଣାପଡିନାହିଁ ।

Comments are closed.