Latest Odisha News

BREAKING NEWS

ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍‌

ଯାଜପୁର: ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ବ୍ରହ୍ମବରଦା ଅଂଚଳରେ ଘଟିଛି ଏହି ଘଟଣା । ସ୍ଥାନୀୟ ବ୍ୟବସାୟୀର ମହେଶ୍ୱର ସାହୁ ଲୁଟ୍‌ର ଶିକାର ହୋଇଛନ୍ତି ।

ମହେଶ୍ୱର ଦୋକାନ ବନ୍ଦ କରି ସୁନା, ଗହଣା ନେଇ ସ୍କୁଟିରେ ଘରକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏକ ପଲସର୍‌ରେ ୩ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିବା ସହ ସୁନା, ଗହଣା ଓ ସ୍କୁଟି ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ଦୁର୍ବୃତ୍ତ ଙ୍କ ଆକ୍ରମଣରେ ଆହତ ହୋଇଥିବା ବ୍ୟବସାୟରଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଳିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.