ଭଦ୍ରକ : ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଶନିବାର ଦୁଇ ସାଙ୍ଗ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ଜଣେ ଅନ୍ୟ ଜଣଙ୍କୁ ବୁଡି ଯିବା ବେଳେ ଉଦ୍ଧାର କରିବାକୁ ଯାଇ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶ୍ୟାମପୁର ଗ୍ରାମର କମଳ ଲୋଚନ ମଲ୍ଲିକ ଓ ମୁକେଶ ଗିରି। ଦୁହେଁ ଦଶମ ଶ୍ରେଣୀରେ ପଢ଼ୁଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ କମଳ ଓ ମୁକେଶଙ୍କ ସମେତ ତିନି ଜଣ ସାଙ୍ଗ ଗାଁର ଏକ ମନ୍ଦିର ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କମଲ ପ୍ରଥମେ ପୋଖରୀ ଭିତରକୁ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ କୂଳରେ ଛିଡା ହୋଇଥିଲେ।
ଏହି ସମୟରେ କମଲ ଗଭୀର ପାଣିକୁ ଡେଇଁବା ସହ ପାଣିରେ ବୁଡ଼ିଯିବାକୁ ଲାଗିଥିଲେ। ଏହା ଦେଖି ମୁକେଶ ତାଙ୍କୁ ଉଦ୍ଧାର କରିବା ପାଇଁ ପୋଖରୀକୁ ଡେଇଁ ପଡ଼ିଥିଲେ। କିନ୍ତୁ ସେ ନିଜ ଉଦ୍ୟମରେ ବିଫଳ ହୋଇଥିଲେ ଏବଂ ଦୁହେଁ ପାଣିରେ ବୁଡ଼ି ଯାଇଥିଲେ। ସେମାନେ ପାଣିରେ ବୁଡ଼ିଯିବାରୁ ଭୟଭୀତ ହୋଇ ତୃତୀୟ ବନ୍ଧୁ ସାହାଯ୍ୟ ପାଇଁ ଗାଁକୁ ଧାଇଁ ଯାଇଥିଲେ। ଗ୍ରାମବାସୀମାନେ କମଳ ଓ ମୁକେଶଙ୍କୁ ପୋଖରୀରୁ ବାହାର କରି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତରଖାନାର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
Comments are closed.