Latest Odisha News

ମୋତେ ଅତୁଲ ପିଟୁଥିଲେ; ସାଂଘାତିକ ଅଭିଯୋଗ ଆଣିଲେ ନିକିତା… 

ବେଙ୍ଗାଲୁରୁ: ଏଆଇ ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ପୋଲିସର ତଦନ୍ତ ଜାରି ରହିଛି। ଅଭିଯୁକ୍ତ ନିକିତା ସିଙ୍ଗାନିଆ, ନିଶା ଏବଂ ଅନୁରାଗ ନ୍ୟାୟିକ ହେପାଜତରେ ରହିଛନ୍ତି।

ଏହି ସମୟରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅତୁଲଙ୍କ ପତ୍ନୀ ନିକିତା। ନିକିତା ନିଜର ସ୍ପଷ୍ଟୀକରଣରେ କହିଛନ୍ତି ଯେ ଅତୁଲ ହିଁ ତାଙ୍କୁ ଘରୁ ବାହାର କରିଦେଇଥିଲେ। ଅତୁଲ ମୋତେ ଦୁଇଥର ଘରୁ ବାହାର କରିଦେଇଥିଲେ। ମେ ୨୦୨୧ରେ ମୋତେ ଘରୁ ବାହାରକୁ ବାହାର କରିଦେଇଥିଲେ। ଏହା ପରେ ପୁଣି ସେପ୍ଟେମ୍ବର ୨୦୨୧ରେ ବେଙ୍ଗାଲୁରୁ ଅତୁଲଙ୍କ ପାଖକୁ ଯାଇଥିଲେ। କିନ୍ତୁ ସେ ମୋତେ ଘର ଭିତରକୁ ଯିବାକୁ ଦେଲେ ନାହିଁ। ଫଳରେ ପୋଲିସ ନିକଟରେ ଅଭିଯୋଗ କରିଥିଲୁ।

ଅତୁଲ ମୋ ମାଆଙ୍କ ଆଗରେ ମୋତେ ବାଡେଇଥିଲେ। ସେ ମୋତେ ଘରୁ ବାହାର କରିଦେଇଥିଲେ ଏବଂ ମୋର ସମସ୍ତ ଅଳଙ୍କାର, ପୋଷାକ ଏବଂ ଗୁରୁତ୍ୱପୂର୍ଣ୍ଣ ଏଫଡି ଡକ୍ୟୁମେଣ୍ଟ ମଧ୍ୟ ନେଇ ଯାଇଥିଲେ ବୋଲି ଅଭିଯୋଗ କରିଛନ୍ତି।

 

Comments are closed.