Latest Odisha News

BREAKING NEWS

ରାଉରକେଲା ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଂଟିଲଟର ଆଇସିୟୁ ବେଡ୍ ଲୋକାର୍ପିତ

ରାଉରକେଲା: ଆଜି ଭର୍ଚୁଆଲ ମୋଡରେ ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଂଟିଲେଟର ସହ ଆଇସିୟୁ ବେଡର ଲୋକାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଆବଶ୍ୟକ ଡାକ୍ତର ରାଜ୍ୟ ସରକାର ନିଯୁକ୍ତ କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ।

ରାଉରକେଲା ସହରର ସେକ୍ଟର ୨୨ ଅଞ୍ଚଳରେ ପ୍ରଥମେ ଶହେ ବେଡ ଓ ପରେ ୫ଶହ ଅକ୍ସିଜେନ ବେଡର ହସ୍ପିଟାଲ କରାଯିବ। ସୁନ୍ଦରଗଡ଼ ଜିଲ୍ଲାର କୋଇଡା ରେ ୫୦ ଅକ୍ସିଜେନ ବେଡ, କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳରେ ୧୦୦ ବେଡର ହସ୍ପିଟାଲ, ସୁନ୍ଦରଗଡ଼ ଏନଟିପିସି ହସ୍ପିଟାଲରେ ୧୦୦ ଭେଣ୍ଟିଲେଟର ବେଡର ଵ୍ୟଵସ୍ଥା କରାଯିବ। ରାଉରକେଲାରେ ଦୈନିକ ଏକ ହଜାର କୋଭିଡ୍ ଟେଷ୍ଟିଙ୍ଗ କରିବା ମେସିନ ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ।

ଏହା ବ୍ୟତୀତ ରାଉରକେଲା ଇସ୍ପାତ୍ କାରଖାନାରେ ଅକ୍ସିଜେନ୍ ପ୍ରସ୍ତୁତ ୟୁନିଟରୁ ଲିକୁଇଡ଼୍ ମେଡ଼ିକାଲ ଅକ୍ସିଜେନର ଉତ୍ପାଦନ ଏବଂ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱ ଦିଆଯାଉଛି । ଚଳିତବର୍ଷ ଏପ୍ରିଲରୁ ଏହି ପ୍ଲାଂଟରୁ ୧୦ ହଜାର ଟନରୁ ଅଧିକ ମେଡ଼ିକାଲ ଅକ୍ସିଜେନ୍ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.