ମେଲବୋର୍ଣ୍ଣ: ଆନ୍ତର୍ଜାତୀୟ ଟି୨୦ରେ ଅଷ୍ଟ୍ରେଲିଆ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୧୭ ରନରେ ହରାଇ ଦେଇଛି । ଜବରଦସ୍ତ ଫର୍ମରେ ଥିବା ଅଷ୍ଟ୍ରେଲିଆର ଏହା କ୍ରମାଗତ ୯ମ ବିଜୟ । ଏଥିସହ ୧୧ ମାସ ହେବ ଅଷ୍ଟ୍ରେଲିଆ କ୍ରିକେଟର ଏହି ଫର୍ମାଟରେ ପରାଜୟବରଣ କରିନି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୧୭୮ ରନ କରି ଅଲଆଉଟ ହୋଇ ଯାଇଥିଲା । ୭୫ ରନରେ ୬ଟି ୱିକେଟ ହରାଇ ବିପଦରେ ପଡିଥିବା ଅଷ୍ଟ୍ରେଲିଆ ଟିମକୁ ଟିମ ଡେଭିଡ ଉଦ୍ଧାର କରିଥିଲେ । ସେ ୫୨ ବଲରେ ୮୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । କ୍ୱେନା ମାଫାଫା ୪ଟି ୱିକେଟ ନେଇଥିଲେ ।
୧୭୯ ରନର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ ୱିକେଟ ହରାଇ ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା । ର୍ୟାନ ରିକେଲଟେନ ୭୧ ରନ କରିଥିଲେ । ଜୋଶ ହାଜେଲଉଡ ଓ ୱେନ ଡ୍ୱେର୍ଭିଶ ଅଷ୍ଟ୍ରେଲିଆ ପକ୍ଷରୁ ୩ଟି ଲେଖାଏଁ ୱିକେଟ ନେଇଥିଲେ । ୧୩ ସେପ୍ଟମ୍ବର ୨୦୨୪ରେ ଇଂଲଣ୍ଡ ବିପକ୍ଷରେ ପରାଜିତ ହେବା ପରଠାରୁ ଅଷ୍ଟ୍ରେଲିଆ ଏହା ପରେ ଆଉ କୌଣସି ମ୍ୟାଚ ହାରିନି ।
Comments are closed.