Latest Odisha News

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଭାରତ-ଅଷ୍ଟ୍ରେଲିଆ ଫାଇନାଲ

ବେନୋନୀ: ଏଠାରେ ଗୁରୁବାର ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ୧ ୱିକେଟରେ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୮.୫ ଓଭରରେ ୧୭୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଆଜାନ ଆୱେସ (୫୨) ଓ ଆରାଫକ ମିନହାସ (୫୨) ଅର୍ଦ୍ଧଶତକ ହାସଲ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଟମ ଷ୍ଟ୍ରେକର ୬ଟି ୱିକେଟ ନେଇଥିଲେ ।

ଜବାବରେ ୧୮୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ନାକେଦମ ହୋଇଥିଲା । ୪୯.୧ ଓଭରରେ ଗୋଟିଏ ୱିକେଟ ହାତରେ ଥାଇ ଅଷ୍ଟ୍ରେଲିଆ ଏହି ବିଜୟ ହାସଲ କରିଥିଲା । ହ୍ୟାରୀ ଡିକ୍ସନ ୫୦ ଓ ଓଲିଭର ପିକ ୪୯ ରନ କରିଥିଲେ । ତେବେ ଶେଷ ୱିକେଟରେ ରାଫ ମ୍ୟାକମିଲାନ ଓ କ୍ୟାଲୁମ ଭିଡେଲର ୧୭ ରନର ପାର୍ଟନରଶିପ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ ।

ପାକିସ୍ତାନ ପକ୍ଷରୁ ଅଲୀ ରାଜା ସର୍ବାଧିକ ୪ଟି ଆରାଫତ ମିନହାସ ୨ଟି ୱିକେଟ ନେଇଥିଲେ । ଷ୍ଟ୍ରେକର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚ ରବିବାର ଖେଳାଯିବ ।

Comments are closed.