Latest Odisha News

ଭାରତରୁ ଯାତ୍ରୀବାହୀ ବିମାନ ସେବାକୁ ସମାୟିକ ବନ୍ଦ ରଖିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢୁଥିବାରୁ ଗୋଟିଏ ପରେ ଗୋଟିଏ ଦେଶ ଭାରତରୁ ବିମାନସେବାକୁ ବନ୍ଦ କରୁଛନ୍ତି । ଆଜି ଅଷ୍ଟ୍ରେଲିଆ ସରକାର ଭାରତରୁ ବିମାନସେବାକୁ ସାମୟିକ ବାତିଲ କରିଛନ୍ତି । ମେ ୧୫ ତାରିଖ ଯାଏ ଭାରତରୁ ସିଧାସଳଖ କୌଣସି ଯାତ୍ରୀବାହୀ ବିମାନ ଉଡ଼ାଣ କରିପାରିବ ନାହିଁ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଏହି ନିଷେଧାଦେଶ ଜାରି କରିଛନ୍ତି । ଭାରତରେ ସଂକ୍ରମଣ ବଢୁଥିବାରୁ ସାୟମିକ ସମୟ ପାଇଁ ଏହି ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ବ୍ରିଟେନ୍, ହଂକଂ, କାନାଡ଼ା ଓ ସିଙ୍ଗାପୁର ଭାରତରୁ ବିମାନସେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

Leave A Reply

Your email address will not be published.