Latest Odisha News

BREAKING NEWS

ଦିବାରାତ୍ର ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ସହଜ ବିଜୟ

ବ୍ରିସବେନ: ଏଠାରେ ଅନୁଷ୍ଠିତ ଆଶେସ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୮ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ୪ ଦିନରେ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ଜିତି ନେଇଥିଲା । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ଗାବାରେ ଖେଳାଯାଇଥିବା ଏହି ଦିବାରାତ୍ର ଟେଷ୍ଟରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଜୋ ରୁଟଙ୍କ ଶତକ ବଳରେ ୩୩୪ ରନ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୫୧୧ ରନର ବିଶାଳ ସ୍କୋର କରିଥିଲା ।

ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୨୪୧ ରନରେ ଅଲଆଉଟ ହୋଇ ଯାଇଥିଲା । ବେନ ଷ୍ଟୋକ୍ସ ୫୦, ୱିଲ ଜ୍ୟାକ୍ସ ୪୧ ଓ ଜ୍ୟାକ କ୍ରାଉଲେ ୪୪ ରନ କରିଥିଲେ । ମାଇକେଲ ନେସର ୫ଟି ୱିକେଟ ଅକ୍ତିଆର କରିଥିଲେ । ଫଳରେ ଅଷ୍ଟ୍ରେଲିଆ ସମ୍ମୁଖରେ ୬୫ ରନର ବିଜୟ ଲକ୍ଷ୍ୟ ରହିଥିଲା । ଘରୋଇ ଦଳ ଏହାକୁ ୨ ୱିକେଟ ହରାଇ ହାସଲ କରି ନେଇଥିଲା । ଜ୍ୟାକ ୱେଦରଲାଣ୍ଡ ୧୭ ଓ ଷ୍ଟିଭ ସ୍ମିଥ ୨୩ ରନ କରି ଅପରାଜିତ ରହିଥିଲେ । ମିଚେଲ ଷ୍ଟାର୍କ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.