Latest Odisha News

BREAKING NEWS

ସିଡନୀ ଟେଷ୍ଟ: ଭାରତ ଆଗରେ ୪୦୭ ରନ୍ ବିଜୟ ଲକ୍ଷ୍ୟ

ସିଡନୀ: ତୃତୀୟ ଟେଷ୍ଟରେ ଭାରତ ଆଗରେ ୪୦୭ ରନ୍ ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ । ୬ ଓ୍ୱିକେଟରେ ୩୧୨ରନ କରି ଦ୍ୱିତୀୟ ଇନିଂସ ଘୋଷଣା କରିଛି କଙ୍ଗାରୁ ବାହିନୀ । ଆଜି ମ୍ୟାଚର ଚତୁର୍ଥ ଦିନ । ତେଣୁ ଏତେ ବଡ଼ ଟାର୍ଗେଟକୁ ହାସଲ କରିବା ଭାରତ ପକ୍ଷେ ସହଜ ନୁହେଁ ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ରନରେ ଅଲଆଉଟ୍ ହୋଇଥିଲା । ପ୍ରଥମ ପାଳିରେ ୨୪୪ରନରେ ସୀମିତ ରହିଯାଇଥିଲା ଟିମ୍ ଇଣ୍ଡିଆ । ପ୍ରଥମ ଇନିଂସରେ ଘରୋଇ ଦଳକୁ ୯୪ରନରେ ଅଗ୍ରଣୀ ରହିଥିଲା ।
ଦ୍ୱିତୀୟ ଇନିଂସରେ ଷ୍ଟିଭେନ୍ ସ୍ମିଥ ସର୍ବାଧିକ ୮୧ ରନ୍ କରିଥିବା ବେଳେ ମାର୍ଣ୍ଣସ ଲାବୁସେନ୍ ୭୩ ରନ୍ କରିଛନ୍ତି । ଏବେ ଚାରି ଟିକିଆ ସିରିଜ ୧-୧ରେ ବରାବର ରହିଛି । ଆସନ୍ତା ୧୫ ତାରିଖରେ ବ୍ରିସବେନରେ ଖେଳାଯିବ ସିରିଜର ଶେଷ ତଥା ଚତୁର୍ଥ ଟେଷ୍ଟ ମ୍ୟାଚ୍ ।

Leave A Reply

Your email address will not be published.