Latest Odisha News

BREAKING NEWS

ମାର୍ଶଙ୍କ ଶତକ ସତ୍ୱେ ଅଷ୍ଟ୍ରେଲିଆ ୨୬୩ରେ ଅଲଆଉଟ, ଉଡଙ୍କୁ ୫ ୱିକେଟ ସଫଳତା

ଲିଡ୍ସ: ଚଳିତ ଆଶେସ କ୍ରିକେଟ ସିରିଜର ତୃତୀୟ ଟେଷ୍ଟ ଜୁଲାଇ ୬ରୁ ଏଠାରେ ଆରମ୍ଭ ହୋଇଛି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଇଂଲଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୨୬୩ ରନରେ ଅଲଆଉଟ ହୋଇଯାଇଛି । ଦୀର୍ଘ ୪ ବର୍ଷ ପରେ ଦଳକୁ ଫେରିଥିବା ମିଚେଲ ମାର୍ଶଙ୍କ ଦ୍ରୁତ ତଥା ଚମତ୍କାର ଶତକ ଯୋଗୁ ଅଷ୍ଟ୍ରେଲିଆ ଆଭରେଜ ସ୍କୋର କରିପାରିଛି । ମାର୍ଶ ୧୧୮ ରନ କରିଥିବା ବେଳେ ଟ୍ରେଭିସ ହେଡ ୩୯ ରନ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେ ଭଳି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ଇଂଲଣ୍ଡ ପକ୍ଷରୁ ମାର୍କ ଉଡ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୫ଟି ୱିକେଟ ଅକ୍ତିଆର କରିଥିଲେ । କ୍ରିସ ୱକସ ୩ଟି ଏବଂ ଷ୍ଟୁଆର୍ଟ ବ୍ରଡ ୨ଟି ୱିକେଟ ହାସଲ କରିଥିଲେ ।

BjdElectrycity

ଟସ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ପ୍ରଥମ ୨ଟି ଟେଷ୍ଟ ଜିତି ୨-୦ରେ ଅଗ୍ରଣୀ ରହିଛି । ସିରିଜରେ ତିଷ୍ଠି ରହିବା ପାଇଁ ଇଂଲଣ୍ଡକୁ ଏହି ମ୍ୟାଚରେ ବିଜୟ ଜରୁରୀ ହୋଇ ପଡିଛି । ଅଷ୍ଟ୍ରେଲିଆ ଶେଷ ୬ଟି ୱିକେଟ ୮.୨ ଓଭରରେ ୨୩ ରନ ବିନିମୟରେ ହରାଇଥିଲା । ଏହି ପିଚରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ କିପରି ବ୍ୟାଟିଂ କରୁଛନ୍ତି ସେଥିପ୍ରତି ନଜର ରହିବ ।

Leave A Reply

Your email address will not be published.