ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ ଟିମ ଟେଷ୍ଟ କ୍ରିକେଟରେ ନିଜ ନାମରେ ଏକ ବଡ କୀର୍ତିମାନ ସ୍ଥାପନ କରିଛି । ଟେଷ୍ଟରେ ସର୍ବାଧିକ ଥର ୬୦୦ରୁ ଊର୍ଦ୍ଧ୍ୱ ସ୍କୋର କରିବାରେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି । ଓଭରାଲ ୩୫ ଥର ଅଷ୍ଟ୍ରେଲିଆ ଟିମ ଏହି ସଫଳତା ହାସଲ କରିଛି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୬ ୱିକେଟ ବିନିମୟରେ ୬୫୪ ରନ କରି ଇନିଂସ ଘୋଷଣା କରିଥିଲା । ଉସମାନ ଖ୍ୱାଜା ଏହି ମ୍ୟାଚରେ ଆକର୍ଷଣୀୟ ଦ୍ୱିଶତକ ହାସଲ କରିଛନ୍ତି ।
ଟେଷ୍ଟ କ୍ରିକେଟରେ ୧୦୦୦୦ ରନ ପୂର୍ଣ୍ଣ କରିଥିବା ଷ୍ଟିଭ ସ୍ମିଥ ମଧ୍ୟ ଏହି ମ୍ୟାଚରେ ଶତକ ହାସଲ କରିଛନ୍ତି । ଖ୍ୱାଜାଙ୍କ ସହ ସେ ୨୬୬ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ତୃତୀୟ ୱିକେଟରେ ଏହା ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ପାର୍ଟନରଶିପ । ଭାରତ ୩୩ ଥର ୬୦୦ରୁ ଊର୍ଦ୍ଧ୍ୱ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଛି । ଏଥି ମଧ୍ୟରୁ ଟିମ ଇଣ୍ଡିଆ ୧୮ ଟେଷ୍ଟରେ ବିଜୟୀ ହୋଇଛି । ଇଂଲଣ୍ଡ(୨୨ ଥର) ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି । ୱେଷ୍ଟଇଣ୍ଡିଜ (୨୦), ଶ୍ରୀଲଙ୍କା(୧୬) ଓ ପାକିସ୍ତାନ ୧୫ ଥର ୬୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି ।
Comments are closed.