ମେଲବୋର୍ଣ୍ଣ: ଭାରତ ବିପକ୍ଷ ୪ର୍ଥ କ୍ରିକେଟ ଟେଷ୍ଟରେ ୪ର୍ଥ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୩୩୩ ରନର ଅଗ୍ରଣୀ ହାସଲ କରିନେଇଛି । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୭୪ ରନ ଜବାବରେ ଭାରତ ୩୬୯ ରନ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଷ୍ଟମ୍ପସ ଅପସାରଣ ବେଳକୁ ୯ ୱିକେଟ ହରାଇ ୨୨୮ ରନ ସଂଗ୍ରହ କରିନେଇଛି । ଭାରତୀୟ ବୋଲର ଦ୍ୱିତୀୟ ଇନିଂସରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ୱିକେଟରେ ନାଥାନ ଲାୟନ ଓ ସ୍କଟ ବୋଲାଣ୍ଡ ୫୫ ରନ ଯୋଗ କରି ଭାରତର ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି । ଲାୟନ ୪୧ ଓ ବୋଲାଣ୍ଡ ୧୦ ରନ କରି ଅପରାଜିତ ରହିଛନ୍ତି । ମାର୍ନସ ଲାବୁସେନଙ୍କ ୭୦ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରି ନ ଥିଲେ । ପ୍ୟାଟ କୁମିନ୍ସ ୪୧ ରନ କରିଥିଲେ ।
ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ମହମ୍ମଦ ସିରିଜ ୩ଟି ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଛନ୍ତି । ଅନ୍ତିମ ଦିବସରେ ଭାରତକୁ ବିଜୟ ହାସଲ କରିବା ଏବେ ଏତେଟା ସହଜ ହେବନି । ୱିକେଟ ବଂଚାଇବା ସହ ପାଖାପାଖି ୪ରୁ ଊର୍ଦ୍ଧ୍ୱ ହାରରେ ରନ ସଂଗ୍ରହ କରିବାକୁ ପଡିବ । ୫ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିରେ ରହିଛି ।
Comments are closed.