ପର୍ଥ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୧ରୁ ଆଶେସ କ୍ରିକେଟ ସିରିଜ ଆରମ୍ଭ ହେବ । ଷ୍ଟିଭ ସ୍ମିଥଙ୍କ ନେତୃତ୍ୱରେ ପ୍ରଥମ ଟେଷ୍ଟ ପାଇଁ ୧୫ ଜଣିଆ ଦଳର ଘୋଷଣା କରାଯାଇଛି । ନଭେମ୍ବର ୨୧ରୁ ପର୍ଥରେ ପ୍ରଥମ ଟେଷ୍ଟ ଖେଳାଯିବ । ଏହା ପରେ ବ୍ରିସବେନ, ଆଡିଲେଡ, ମେଲବୋର୍ଣ୍ଣ ଓ ସିଡନୀରେ ବାକି ୪ଟି ମ୍ୟାଚ ଖେଳାଯିବ । ପ୍ୟାଟ କମିନ୍ସ ଆଘାତପ୍ରାପ୍ତ ହୋଇଥିବାରୁ ସ୍ମିଥଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଶେଫଲ୍ଡ ଶୀଲ୍ଡରେ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖାଯିବ ବୋଲି ଚୟନ କମିଟି ସଦସ୍ୟ ଜର୍ଜ ବେଲୀ କହିଛନ୍ତି । ବିରାଟ କୋହଲିଙ୍କ ସହ ଯୁକ୍ତିତର୍କ କରିଥିବା ସ୍ୟାମ କୋଟାଂସଙ୍କୁ ଚୂଡାନ୍ତ ଦଳରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଜ୍ୟାକ ୱେଦରାଲ୍ଡଙ୍କୁ ସାମିଲ କରାଯାଇଛି ।
ଅଷ୍ଟ୍ରେଲିଆ ଦଳ: ଷ୍ଟିଭ ସ୍ମିଥ(ଅଧିନାୟକ),ଶୀନ ଆବୋଟ୍ଟ, ସ୍କଟ ବୋଲାଣ୍ଡ, ଆଲେକ୍ସ କ୍ୟାରୀ, ବ୍ରେଣ୍ଡନ ଡଗେଟ, କ୍ୟାମେରୁନ ଗ୍ରୀନ, ଜୋଶ ହାଜେଲଉଡ, ଟ୍ରେଭିସ ହେଡ, ଜୋଶ ଇଂଲିଶ, ଉସମାନ ଖ୍ୱାଜା, ମାନୟସ ଲାବୁଶେନ, ନାଥାନ ଲିୟନ, ମିଚେଲ ଷ୍ଟାର୍କ, ଜ୍ୟାକ ୱେଦରାଲ୍ଡ ଓ ବ୍ୟୁ ୱେବଷ୍ଟାର ।
Comments are closed.