Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ଦ୍ୱିିତୀୟ ଟେଷ୍ଟ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଶୁକ୍ରବାର ଦିଲ୍ଲୀରେ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ  ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ନାଗପୁରରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି।

ଅନ୍ୟପଟେ ଟେଷ୍ଟର ନମ୍ବର ୱାନ୍ ଟିମ୍ ଅଷ୍ଟ୍ରେଲିଆ ଭାରତ ମାଟିରେ ପ୍ରବଳ ଝାଳ ବୁହାଉଥିବାର ଦେଖିବାକୁ ମିଳିଛି। ଦଳର ବ୍ୟାଟିଂ ବୋଲିଂ ସବୁଥିରେ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି।

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀ ଟିମ୍‌ରେ ପରିବର୍ତ୍ତନ କରାଯାଇଛି। ଏଥର ଶ୍ରେୟସ ଆୟରଙ୍କୁ ଟିମ୍‌ରେ ସ୍ଥାନ ମିଳିଛି। ସେହିପରି ଅଷ୍ଟ୍ରେଲିଆ ଟିମ୍‌ରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ପ୍ଲେଇଂ-୧୧ରେ ଥିବା ଭାରତୀୟ ଟିମ୍‌ର ଖେଳାଳିମାନେ ହେଲେ– ରୋହିତ ଶର୍ମା(କ୍ୟାପ୍ଟେନ୍), କେଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ରବୀନ୍ଦ୍ର ଜାଡେଜା, ଶ୍ରୀକର ଭରତ(ୱିକେଟ୍ କିପର), ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି, ମହମ୍ମଦ ସିରାଜ।

ଅଷ୍ଟ୍ରେଲିଆ ଟିମ୍- ଡେଭିଡ ୱାର୍ଣ୍ଣର, ଉଶ୍ମା ଖ୍ୱାଜା, ମାରନସ ଲାବୁଶେନ, ଷ୍ଟିଭ୍ ସ୍ମିଥ୍, ଟ୍ରେପିସ ହେଡ୍, ପିଟର ହ୍ୟାଣ୍ଡସକମ୍ବ, ଏଲେକ୍ସ କେରୀ(ୱିକେଟ କିପର), ପେଟ୍ କମିନ୍ସ(କ୍ୟାପ୍ଟେନ୍), ଟଡ ମର୍ପୀ, ନାଥନ ଲିୟୋନ ଓ ମାଥ୍ୟୁ କୁହ୍ନମ୍ୟାନ୍

Comments are closed.