Latest Odisha News

BREAKING NEWS

ହ୍ୟାଣ୍ଡଶେକ ବିବାଦ: ଭାରତୀୟ ଖେଳାଳିଙ୍କୁ ଥଟ୍ଟା କଲେ ଅଷ୍ଟ୍ରେଲିଆ ପ୍ଲେୟାର

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ୨୦୨୫ ଅବସରରେ ଭାରତ ଓ ପାକିସ୍ତାନ ଖେଳାଳି ମୁହାଁମୁହିଁ ହୋଇଥିଲେ । ଉଭୟ ଟିମର ଖେଳାଳି ହ୍ୟାଣ୍ଡଶେକ କରି ନ ଥିଲେ । ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନର ସଲମାନ ଅଲୀଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ । ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ଦିନିକିଆ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ପୁରୁଷ ଓ ମହିଳା ଖେଳାଳିମାନେ ହ୍ୟାଣ୍ଡଶେକ ବିବାଦକୁ ନେଇ ଭାରତକୁ ଥଟ୍ଟା କରି ଭିଡିଓ ଛାଡିଛନ୍ତି ।

କେୟୋ ସ୍ପୋର୍ଟ୍ସ ନେଟୱର୍କରେ ଜାରୀ ଏହି ଭିଡିଓରେ ଜଣେ ଆଙ୍କର କହୁଛନ୍ତି ଆମେ ଜାଣିଛୁ ଭାରତ ଏକ ଭଲ ଟିମ, ତେବେ ତାଙ୍କର ଦୁର୍ବଳତା ଆମେ ଜାଣି ନେଇଛୁ । ଅନ୍ୟ ଜଣେ କହୁଛନ୍ତି ସେମାନଙ୍କୁ ମ୍ୟାଚ ପୂର୍ବରୁ ପାରମ୍ପାରିକ ଅଭିନନ୍ଦନ ହ୍ୟାଣ୍ଡଶେକ ପସନ୍ଦ ନୁହେଁ । ସେମାନଙ୍କୁ କନଫ୍ୟୁଜ କରିଦେବା କି ? ତେବେ କିପରି ଅଭିବାଦନ ଗ୍ରହଣ କରିବା ବୋଲି ଆଙ୍କର କହିଛନ୍ତି । ଏହା ପରେ ଖେଳାଳିମାନେ ବିଭିନ୍ନ ପ୍ରକାରର ଇଙ୍ଗିତ କରିଛନ୍ତି । କେତେକ ଆପତିଜନକ ମନେ ହେଉଛି । ଭାରତୀୟ ପ୍ରଶଂସକମାନେ ଏହାକୁ ଅସମ୍ବେଦନଶୀଳ ବୋଲି କହିଛନ୍ତି । ଅକ୍ଟୋବର ୧୯ରୁ ଏହି ସିରିଜ ଆରମ୍ଭ ହେବ ।

Comments are closed.