Latest Odisha News

BREAKING NEWS

ଆସନ୍ତା ବର୍ଷ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ ଟିମ୍ : ୫ ବର୍ଷ ପରେ ଦିଲ୍ଲୀରେ ଖେଳାଯିବ ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୪ ମ୍ୟାଚ ବିଶିଷ୍ଟ ଗାଭାସ୍କର-ବର୍ଡର ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଏହି ସିରିଜ ୱାର୍ଲ୍ଡ ଟେଷ୍ଟ ସିରିଜ ପାଇଁ ଗୁରୁତ୍ୱପୂର୍ଣ୍ଣ । କେଉଁ ଦଳ ଫାଇନାଲରେ ପ୍ରବେଶ ତାହା ଏକ ପ୍ରକାର ଏହି ସିରିଜରେ ଚୂଡାନ୍ତ ହେବ । ଅଷ୍ଟ୍ରେଲିଆ ୭୦ ପଂଏଟ ପର୍ସେଂଟିଜ ସହ ଶୀର୍ଷ ସ୍ଥାନରେ ରହିଛି । ଦକ୍ଷିଣ ଆଫ୍ରିକା(୬୦), ଶ୍ରୀଲଙ୍କା (୫୩.୦୩), ଭାରତ (୫୨.୦୮) ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହଛନ୍ତି । ଏହାର ଫାଇନାଲରେ ପ୍ରବେଶ କରିବା ପାଇଁ ଭାରତକୁ ୪-୦ରେ ଏହି ସିରିଜ ଜିତିବାକୁ ପଡିବ । ତାରିଖ ଓ ସ୍ଥାନ ଚୂଡାନ୍ତ ହୋଇ ନ ଥିଲେ ମଧ୍ୟ ୫ ବର୍ଷ ପରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଗୋଟିଏ ମ୍ୟାଚ ଖେଳାଯିବା ସମ୍ଭାବନା ରହିଛି । ଅନ୍ୟ ୩ଟି ମ୍ୟାଚ ଯେତେଦୂର ସମ୍ଭବ ଅହମ୍ମଦାବାଦ, ଧର୍ମଶାଳା ଓ ଚେନ୍ନାଇରେ ଖେଳାଯାଇପାରେ ।

Leave A Reply

Your email address will not be published.