ମାଂଚେଷ୍ଟର: ଚଳିତ ଆଶେସ କ୍ରିକେଟ ସିରିଜର ୪ର୍ଥ ଟେଷ୍ଟରେ ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ଥିଲେ ମଧ୍ୟ ବର୍ଷା ସେମାନଙ୍କୁ ହଇରାଣ କରୁଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୧୭ ରନ କରିଥିବା ବେଳେ ଜ୍ୟାକ କ୍ରାଉଲେଙ୍କ ୧୮୯ ଓ ଜନୀ ବେୟାରଷ୍ଟୋଙ୍କ ଅପରାଜିତ ୯୯ ରନ ବଳରେ ଇଂଲଣ୍ଡ ୫୯୨ ରନ କରିଥିଲା । ୨୭୫ ରନର ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରି ଇଂଲଣ୍ଡ ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଇନିଂସରେ ୪ର୍ଥ ଦିବସ ଟି ବ୍ରେକ ବେଳକୁ ଅଷ୍ଟ୍ରେଲିଆ ୫ ୱିକେଟ ବିନିମୟରେ ୨୧୪ ରନ ସଂଗ୍ରହ କରିଛି । ଏବେ ବି ଅଷ୍ଟ୍ରେଲିଆ ୬୧ ରନ ପଛରେ ରହିଛି । ମାର୍ନସ ଲାବୁଶେନ ୧୧୧ ରନର ଇନିଂସ ଖେଳି ଅଷ୍ଟ୍ରେଲିଆ ଇନିଂସ ସମ୍ଭାଳିଥିଲେ । ମାର୍କ ଉଡ ୩ଟି ୱିକେଟ ଅକ୍ତିଆର କରିଥିଲେ ।
୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ପ୍ରଥମ ୨ଟି ଟେଷ୍ଟ ଜିତିବା ପରେ ଇଂଲଣ୍ଡ ତୃତୀୟ ଟେଷ୍ଟକୁ ଜିତିବା ଫଳରେ ସିରିଜ ୨-୧ ସ୍ଥିତିକୁ ଆସିଛି । ଇଂଲଣ୍ଡ ଏହି ମ୍ୟାଚକୁ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ରହିଛି । ତେବେ ଯଦି ବର୍ଷା ଲାଗି ରହେ ତାହାହେଲେ ବିଜୟ ହାସଲ କରିବା ଇଂଲଣ୍ଡକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।
Comments are closed.