ରାୱଲପିଣ୍ଡି: ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ମଙ୍ଗଳବାର ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମ୍ୟାଚ ବର୍ଷା ଯୋଗୁ ଧୋଇ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଏବେ ଗ୍ରୁପ ବିର ସ୍ଥିତି ରୋମାଂଚକ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ୨ଟି ଲେଖାଏଁ ମ୍ୟାଚ ଖେଳି ୩ ପଂଏଟ ପାଇ ସମାନ ସ୍ଥିତିରେ ରହିଛନ୍ତି । ଇଂଲଣ୍ଡ ଓ ଆଫଗାନିସ୍ତାନ ସେମାନଙ୍କ ପ୍ରଥମ ମ୍ୟାଚରେ ପରାଜୟବରଣ କରିଥିବାରୁ କୌଣସି ପଂଏଟ ହାସଲ କରିପାରି ନାହାନ୍ତି । ଏବେ ସମସ୍ତ ୪ଟି ଟିମ ନିକଟରେ ସେମିରେ ପ୍ରବେଶ ସୁଯୋଗ ରହିଛି ।
ଇଂଲଣ୍ଡ ତାର ପରବର୍ତର ମୁକାବିଲାରେ ଆଫଗାନିସ୍ତାନକୁ ବୃହତ ରନ ବ୍ୟବଧାନରେ ପରାସ୍ତ କରେ ତେବେ ଆଶା ସୃଷ୍ଟି ହେବ । ଅପରପକ୍ଷରେ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକା ସେମାନଙ୍କ ପରବର୍ତୀ ମ୍ୟାଚରେ ଯଦି ବିଜୟ ହାସଲ କରିବେ ତେବେ ସେମିକୁ ଉନ୍ନୀତ ହେବେ । ଏବେ ଆଫଗାନିସ୍ତାନ-ଅଷ୍ଟ୍ରେଲିଆ, ଆଫଗାନିସ୍ତାନ-ଇଂଲଣ୍ଡ ଓ ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବାକୁ ରହିଛି । ଗ୍ରୁପ ଏରୁ ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଭାବୀ ପ୍ରଦର୍ଶନ ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।
Comments are closed.