Latest Odisha News

୧୩ ବର୍ଷ ପରେ ମେଲବୋର୍ଣ୍ଣରେ ହାରିଲା ଭାରତ

ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ମ୍ୟାଚରେ ଅଷ୍ଟ୍ରେଲିଆ ୧୮୪ ରନରେ ଭାରତକୁ ପରାସ୍ତ କରିଛି । ଏଥିସହ ଚଳିତ ସିରିଜରେ ଅଷ୍ଟ୍ରେଲିଆ ୨-୧ର ଅଗ୍ରଣୀ ହାସଲ କରିନେଇଛି । ସିରିଜର ଅନ୍ତିମ ମ୍ୟାଚ ଜାନୁୟାରୀ ୩ରୁ ସିଡନୀରେ ଖେଳାଯିବ । ୧୩ ବର୍ଷ ପରେ ଭାରତ ମେଲବୋର୍ଣ୍ଣରେ ପରାଜିତ ହୋଇଛି । ବିଜୟ ପାଇଁ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୩୪୦ ରନର ଲକ୍ଷ୍ୟ ରଖିଥିଲା । ଜବାବରେ ଭାରତ ଯଶସ୍ୱୀ ଜୈସୱାଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସତ୍ୱେ ୧୫୫ ରନରେ ଅଲଆଉଟ ହୋଇ ଯାଇଥିଲା । ଯଶସ୍ୱୀ(୮୪) ଓ ରିଷଭ ପନ୍ତ(୩୦)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଯଶସ୍ୱୀ ବ୍ୟାଟରେ ବଲ ବାଜି ନ ଥିବା ସତ୍ୱେ ତାଙ୍କୁ ଆଉଟ ଦିଆଯିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପନ୍ତ ଓ ଯଶସ୍ୱୀ ଭଲ ପ୍ରଦର୍ଶନ କରି ମ୍ୟାଚ ଡ୍ର କରିବା ପରିସ୍ଥିତି ସୃଷ୍ଟି କରିଥିଲେ । ପନ୍ତ ଆଉଟ ହେବା ପରେ ଅଷ୍ଟ୍ରେଲିଆ ହାତମୁଠାକୁ ମ୍ୟାଚ ପଳାଇ ଯାଇଥିଲା । ପ୍ୟାଟ କୁମିନ୍ସନ ଓ ସ୍କଟ ବୋଲାଣ୍ଡ ୩ଟି ଲେଖାଏଁ ୱିକେଟ ନେଇଛନ୍ତି । ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୪୭୪ ରନ ଜବାବରେ ଭାରତ ନୀତିଶ ରେଡ୍ଡୀଙ୍କ ଶତକ ସହାୟତାରେ ୩୬୯ ରନ କରିଥିଲା । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨୩୪ ରନ କରିଥିଲା । ୧୦ମ ୱିକେଟରେ ନାଥାନ ଲାୟନ ଓ ବୋଲାଣ୍ଡ ୬୧ ରନର ପାର୍ଟନରଶିପ ସଂଗ୍ରହ କରିବା ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲା ।

Comments are closed.