Latest Odisha News

BREAKING NEWS

ବ୍ୟର୍ଥ ହେଲା ଅଭିଷେକଙ୍କ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆର ସହଜ ବିଜୟ

ମେଲବୋର୍ଣ୍ଣ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ୪ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ର ଅଗ୍ରଣୀ ହାସଲ କରିଛି । ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୧୮.୪ ଓଭରରେ ୧୨୫ ରନ କରି ଅଲଆଉଟ ହୋଇ ଯାଇଥିଲା । ନାଟକୀୟ ଢ଼ଙ୍ଗରେ ଭାରତର ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟିଥିଲା । ଶୁଭମନ ଗିଲ ୫, ସଞ୍ଜୁ ସାମସନ ୨, ସୂର୍ଯ୍ୟକୁମାର ଯାଦବ ୧, ତିଳକ ବର୍ମା ୦, ଅକ୍ଷର ପଟେଲ ୭, ଶିବମ ଦୁବେ ୪ ଏବଂ କୂଲଦୀପ ଯାଦବ, ଯଶପ୍ରୀତ ବୁମରାହ ଖାତା ଖୋଲିପାରି ନ ଥିଲେ । ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଭାରତର ସମ୍ମାନ ରକ୍ଷା କରିଥିଲା । ସେ ୬୮ ରନ କରିଥିଲେ ଓ ହର୍ଷିତ ରାଣା ୩୫ ରନ କରିଥିଲେ ।

ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ଜୋଶ ହାଜେଲଉଡ ୧୩ ରନରେ ୩ଟି ୱିକେଟ ଅକ୍ତିଆର କରି ଭାରତକୁ ଅସୁବିଧାରେ ପକାଇଥିଲେ । ଜବାବରେ ୧୨୬ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୧୩.୨ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା । ମିଚେଲ ମାର୍ଶ ୪୬, ଟ୍ରେଭିସ ହେଡ ୨୮ ଓ ଯୋଶ ଇଂଲିଶ ୨୦ ରନ କରିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ, ବରୁଣ ଚକ୍ରବର୍ତି ଓ କୂଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ହାଜେଲଉଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Comments are closed.