Latest Odisha News

ରୋମାଂଚକ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୫ ରନରେ ହରାଇଲା ଅଷ୍ଟ୍ରେଲିଆ

ଧର୍ମଶାଳା: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଶନିବାର ଖେଳାଯାଇଥିବା ରୋମାଂଚକ ମୁକାବିଲାରେ ଅଷ୍ଟ୍ରେଲିଆ ୫ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୩୮୯ ରନର ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୯ ୱିକେଟ ବିନିମୟରେ ୩୮୩ ରନ କରିବାକୁ ସକ୍ଷମ ହୋଇଥିଲା । ଶେଷ ଓଭରରେ ନ୍ୟୁଜିଲାଣ୍ଡ ବିଜୟ ପାଇଁ ୧୯ ରନ ଆବଶ୍ୟକ ହେଉଥିଲେ ମଧ୍ୟ ଦଳ ୧୩ ରନ କରିବାକୁ ସକ୍ଷମ ହୋଇଥିଲା ।

ରଚୀନ ରବୀନ୍ଦ୍ର ୧୧୬, ଡାରେଲ ମିଚେଲ ୫୪ ଓ ଶେଷ ଭାଗରେ ଜେମ୍ସ ନୀଶମଙ୍କ ୫୮ ରନ ସତ୍ୱେ କିୱି ଟିମ ଟାର୍ଗେଟଠାରୁ ୫ ରନ ଦୂରରେ ରହି ଯାଇଥିଲେ । ଆଡାମ ଜାମ୍ପା ୩ଟି ଏବଂ ପ୍ୟାଟ କୁମିନ୍ସ ଓ ଜୋଶ ହାଜେଲଉଡ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

ପୂର୍ବରୁ ଟ୍ରେଭିସ ହେଡଙ୍କ ବିସ୍ଫୋରକ ୧୦୯ ରନ ବଳରେ ଅଷ୍ଟ୍ରେଲିଆ ୩୮୮ ରନ କରିଥିଲା । ଡେଭିଡ ୱାର୍ଣ୍ଣର ୮୧, ମିଚେଲ ମାର୍ଶ ୩୬, ଜୋଶ ଇଂଗିଲଶ ୩୮ ଓ ପ୍ୟାଟ କୁମିନ୍ସ ୩୭ ରନ କରିଥିଲେ । ନ୍ୟୁଜିଲାଣ୍ଡ ତରଫରୁ ଟ୍ରେଂଟ ବୋଲ୍ଟ ଓ ଗ୍ଲେନ ଫିଲିପ୍ସ ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ମିଚେଲ ସାଂଟେନର ୨ଟି ୱିକେଟ ନେଇଥିଲେ । ହେଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ବିଜୟ ସହ ଅଷ୍ଟ୍ରେଲିଆ ୬ ମ୍ୟାଚରୁ ୮ ପଂଏଟ ହାସଲ କରି ୪ର୍ଥ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ସମାନ ସଂଖ୍ୟକ ମ୍ୟାଚରେ ସମାନ ପଂଏଟ ହାସଲ କରିଥିଲେ ମଧ୍ୟ ଆଭରେଜ ଦୃଷ୍ଟିକୋଣରୁ ତୃତୀୟ ସ୍ଥାନରେ ରହିଛି ।

Comments are closed.