Latest Odisha News

BREAKING NEWS

ବିଜୟ ସହ ଅଭିଯାନ ଆରମ୍ଭ କଲା ଅଷ୍ଟ୍ରେଲିଆ

କଲମ୍ବୋ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଅଷ୍ଟ୍ରେଲିଆ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଆୟର୍ଲାଣ୍ଡ ବିପକ୍ଷକ୍ଷହ ଗ୍ରୁପ ବି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୮୨ ରନ କରିଥିଲା । ମାର୍କସ ଷ୍ଟୋଇନିସ ସର୍ବାଧିକ ୪୫ ରନ କରିଥିବା ବେଳେ ଜୋଶ ଇଂଲିଶ ଓ ମ୍ୟାଟ ର‌୍ୟାନଶ ୩୭ ଲେଖାଏଁ ରନ କରିଥିଲେ । ଆୟର୍ଲାଣ୍ଡ ପକ୍ଷରୁ ମାର୍କ ଅଡାୟର ୨ଟି ୱିକେଟ ନେଇଥିଲେ । ୧୮୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଆୟର୍ଲାଣ୍ଡ ୧୬.୫ ଓଭରରେ ୯ ୱିକେଟ ବିନିମୟରେ ୧୧୫ ରନ କରିବାକୁ ସକ୍ଷମ ହୋଇଥିଲା ।

ନିୟମିତ ବ୍ୟବଧାନରେ ୱିକେଟ ହରାଇବା ଆୟର୍ଲାଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଥିଲା । ଅଧିନାୟକ ପଲ ଷ୍ଟିୟର୍ଲିଂ ରିଟାୟର ହର୍ଟ ହୋଇଥିଲେ । ଜର୍ଜ ଡକରେଲ ୪୧ ଓ ଲୋରକେନ ଟକର ୨୪ ରନ କରିଥିଲେ । ନାଥାନ ଏଲିସ ଓ ଆଡାମ ଜାମ୍ପା ୪ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଏଲିସ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.