Latest Odisha News

BREAKING NEWS

୬୦ ବର୍ଷ ବୟସରେ ବିବାହ କରିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନୀଜ

କ୍ୟାନବେରା: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନୀଜ ୬୦ ବର୍ଷ ବୟସରେ ତାଙ୍କ ବାନ୍ଧବୀ ଜୋଡୀ ହେଡେନଙ୍କୁ ବିବାହ କରିବାକୁ ଯାଉଛନ୍ତି । ନିକଟରେ ସେମାନଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ସୋସିଆଲ ମିଡିଆରେ ଉଭୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ହେଡେନ ହୀରାର ମୁଦି ପିନ୍ଧିଥିବା ଦେଖିବାକୁ ମିଳିଛି । ଆନ୍ଥୋନୀ ଏହାର ଫଟୋ ଶେୟାର କରି ଲେଖିଛନ୍ତି ଯେ, ଶେଷରେ ସେ ହଁ କରିଦେଲେ । ତେବେ ବାହାଘର କେବେ ହେବ ସେ ସମ୍ପର୍କରେ ସେ କିଛି କହି ନାହାନ୍ତି । ୨୦୧୯ରେ ଉଭୟ ମେଲବୋର୍ଣ୍ଣରେ ଏକ ବିଜନେସ ଡିନରରେ ପରସ୍ପରକୁ ଭେଟିଥିଲେ ।

ଏହା ପରେ ପ୍ରଥମେ ବନ୍ଧୁତା ଓ ପରେ ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ । ସେମାନେ ଏକ ଲଜରେ ଏକତ୍ର ରହୁଥିଲେ । ପ୍ରଥମ ଥର ପାଇଁ ପରିଣତ ବୟସରେ ଅଷ୍ଟ୍ରେଲିଆର କୌଣସି ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟକାଳ ସମୟରେ ବିବାହ କରିବାକୁ ଯାଉଛନ୍ତି । ଲେବର ପାର୍ଟି ଓ ଏହାର ଅନ୍ୟ ସଦସ୍ୟମାନେ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.