Latest Odisha News

BREAKING NEWS

୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ, ବାନ୍ଧିଲା ପୋଲିସ

ଇନ୍ଦୋର: ଅଷ୍ଟ୍ରେଲିଆର ଦୁଇଜଣ ମହିଳା କ୍ରିକେଟରଙ୍କ ସହ ଇନ୍ଦୋରରେ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଜଣେ ବାଇକ ଚାଳକ ଏହିପରି କାଣ୍ଡ କରିଥିବା କୁହାଯାଉଛି। ଖେଳାଳି ମାନେ ହୋଟେଲ ରାଡିସନ୍ ବ୍ଲୁ ରୁ ଏକ କାଫେକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିଛି।

ଏହି ଘଟଣା ଘଟିବା ପରେ ତୁରନ୍ତ ଅଷ୍ଟ୍ରେଲିଆ ଖେଳାଳିମାନେ ଏକ SOS ପଠାଇଥିଲେ, ଯାହାଫଳରେ ସୁରକ୍ଷା କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସୁରକ୍ଷା ଅଧିକାରୀ ଡାନି ସିମନ୍ସଙ୍କ ଅଭିଯୋଗ ପରେ, MIG ପୋଲିସ ଷ୍ଟେସନରେ ଏକ ଏତଲା କରାଯାଇଥିଲା। ପରେ ଅଭିଯୁକ୍ତ ଆକିଲ୍ ଖାନଙ୍କୁ ଗିରଫ କରାଯାଇଛି। ସୂଚନା ପାଇବା ମାତ୍ରେ ସହକାରୀ ପୋଲିସ କମିଶନର ହିମାନି ମିଶ୍ର ଉଭୟ ଖେଳାଳିଙ୍କୁ ଭେଟି ସେମାନଙ୍କ ବୟାନ ରେକର୍ଡ କରିଥିଲେ।

ତେବେ ଜଣେ ପଥଚାରୀ ସନ୍ଦିଗ୍ଧଙ୍କ ମୋଟରସାଇକେଲ୍ ନମ୍ବର ନୋଟ୍ କରିଥିଲେ। ଯାହା ଦ୍ଵାରା ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳତା ପାଇପାରିଥିବା ହିମାନି କହିଛନ୍ତି। ତେବେ ପୂର୍ବରୁ ମଧ୍ୟ ତାଙ୍କ ବିରୁଦ୍ଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ସେ ସବୁ ବିଚାରାଧୀନ ଥିବା ଜଣାପଡିଛି।

ଅଷ୍ଟ୍ରେଲୀୟ ସହିତ ଦକ୍ଷିଣ ଆଫ୍ରିକାର ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୫ ମ୍ୟାଚ୍ ପୂର୍ବରୁ ଏହି ଘଟଣା ଘଟିଛି। ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଉଭୟ ସେମିଫାଇନାଲରେ ପହଞ୍ଚି ସାରିଛନ୍ତି ଓ ଉଭୟଙ୍କ ଏହି ମ୍ୟାଚ ଶନିବାର ଅର୍ଥାତ୍ ଅକ୍ଟୋବର ୨୫ ତାରିଖରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଯେଉଁ ଦଳ ମ୍ୟାଚ ଜିତିବ ସେହି ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ରହିବ। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବ୍ୟତୀତ ଭାରତ ଓ ଇଂଲଣ୍ଡ ମଧ୍ୟ ସେମିଫାଇନାଲ ରେ ପହଞ୍ଚି ସାରିଛନ୍ତି।

 

Comments are closed.