Latest Odisha News

BREAKING NEWS

ଅଲିମ୍ପିକ୍ସ ୨୦୨୮ରେ ଯୋଗ୍ୟତା ହାସଲ ନେଇ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିତା

ସିଡନୀ: ଟି୨୦ ବିଶ୍ୱକପ ୨୦୨୬ରେ ଅଷ୍ଟ୍ରେଲିଆ ନୈରାଶ୍ୟଜନକ ପ୍ରଦର୍ଶନ କରି ସୁପର ଏଇଟ ଦୌଡରୁ ବାଦ ପଡିଛି । ୧୭ ବର୍ଷ ପରେ ଅଷ୍ଟ୍ରେଲିଆ ଏହି ଭଳି ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଏବେ ୨୦୨୮ ଅଲିମ୍ପିକ୍ସରେ ମଧ୍ୟ ଅଷ୍ଟ୍ରେଲିଆ ସ୍ଥାନ ପାଇବା ପାଇଁ ନ୍ୟୁଜିଲାଣ୍ଡ ସହ ପ୍ରତିଦ୍ୱନ୍ଦ୍ୱିତା କରିବ । ୧୨୬ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ମହିଳା ଟି୨୦ ବିଶ୍ୱକପ ପରେ କେଉଁ ଦଳ ଅଲିମ୍ପିକ୍ସରେ ଖେଳିବେ ତାହା ସ୍ପଷ୍ଟ ହେବ । ତେବେ ପୁରୁଷ ଟିମ ନେଇ ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ ।

ରିପୋର୍ଟ ଅନୁସାରେ ପୁରୁଷ ବିଭାଗରେ ୬ଟି ଟିମ ଖେଳିବେ । ଆୟୋଜକ ଭାବେ ଆମରିକାକୁ ସିଧାସଳଖ ଏଂଟ୍ରି ମିଳିବ । ଏହ ପରେ ଆମେରିକା, ଆଫ୍ରିକା, ୟୁରୋପ, ଏସିଆ ଓ ଓସେନିଆର ଶୀର୍ଷ ଟିମ ଯୋଗ୍ୟତା ହାସଲ କରିବେ । ଅଷ୍ଟ୍ରେଲିଆ ଆଇସିସି ଟି୨୦ ର‌୍ୟାଙ୍କିଙ୍ଗରେ ତୃତୀୟ ଏବଂ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ଯଦି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିବ ତେବେ ଅଷ୍ଟ୍ରେଲିଆକୁ ପଛରେ ପକାଇ ସମ୍ଭାବନା ରହିଛି । ଅବଶ୍ୟ ଏହା ଏତେଟା ସହଜ ନୁହେଁ । ର‌୍ୟାଙ୍କିଙ୍ଗରେ ସୁଧାର ଆଣିବା ପାଇଁ ନ୍ୟୁଜିଲାଣ୍ଡକୁ ଭଲ ପ୍ରଦର୍ଶନ କରିବା ସହ ଅଷ୍ଟ୍ରେଲିଆ ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ ।

Leave A Reply

Your email address will not be published.