Latest Odisha News

BREAKING NEWS

40 ବର୍ଷରେ 12ଥର ଛାଡ଼ପତ୍ର, ପୁଣି ବିବାହ, କାରଣ ଜାଣିଲେ ନହସି ରହିପାରିବେନି

ନୂଆଦିଲ୍ଲୀ: ଭାରତୀୟ ପରମ୍ପରାରେ ବିବାହକୁ ଖୁବ ଉଚ୍ଚରେ ରଖାଯାଏ। କୁହାଯାଏ ବିବାହ ହେଉଛି 7 ଜନ୍ମର ସମ୍ପର୍କ। ଆମର ଏ ପ୍ରକାର ସଂସ୍କୃତି ସମାଜରେ ଗଠନାତ୍ମକ ଜୀବନଶୈଳୀ ଦେଇଥାଏ। ହେଲେ ବିଦେଶରେ ବିବାହ ଏକ ଖେଳ ଘର ଭଳି। ଜଣେ ବ୍ୟକ୍ତି ଜୀବନରେ ଅନେକ ଥର ବିବାହ କରି ଛାଡପତ୍ର ଦେବା ଘଟଣା ବିଦେଶରେ ଅଧିକ ଦେଖାଯାଇଥାଏ । ଏହିକ୍ରମରେ ଆମେ ଆପଣଙ୍କୁ ବିବାହ ବିଚ୍ଛେଦ ସହ ଜଡ଼ିତ ଏମିତି ଏକ ଖବର ଦେବୁ ଯାହାକୁ ପଢ଼ିଲେ ଆପଣ ତାଜୁବ ହୋଇଯିବେ। ଅଷ୍ଟ୍ରିଆର ଏକ ଦମ୍ପତି ପରସ୍ପରଙ୍କ ମଧ୍ୟରେ ଏତେ ବିବାଦ ରହିଥିଲା ଯେ ସେମାନେ 40 ବର୍ଷରେ 12 ଥର ବିବାହ ବିଚ୍ଛେଦ କରିଛନ୍ତି। ସବୁଠାରୁ କୌତୁହଳ କଥା ହେଲା ଯେ ସେମାନେ ଛାଡପତ୍ର ପରେ ଅଧିକ ଦିନ ଅଲଗା ରହିପାରିନାହାନ୍ତି। ଛାଡପତ୍ରର କିଛିଦିନ ଭିତରେ ସେମାନେ ପୁଣିଥରେ ନିଜର ଭୁଲ ବୁଛିପାରି ବିବାହ କରୁଥିଲେ। ଏମିତି ଛାଡପତ୍ର ପରେ ସେମାନେ 12 ଥର ବିବାହ କରିଛନ୍ତି। ଆଉ ଏ ଘଟଣା ଦେଖି ସେଠାକାର ସ୍ଥାନୀୟ ପ୍ରଶାସନ ବି ଆଶ୍ଚର୍ଯ୍ୟ ହୋଇଥିଲା।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ, ଏହି ଦମ୍ପତି ୱେଲଫେୟର ଫ୍ରଣ୍ଡ କରିବା ସମୟରେ ସେମାନଙ୍କର ଏପ୍ରକାର କାରନାମା ସାମ୍ନାକୁ ଆସିଥିଲା। ଏବେ ଆପଣ ଭାବୁଥିବେ ନିଶ୍ଚୟ ଯେ ଏହି ଛାଡ଼ପତ୍ରର କାରଣ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ । ହେଲେ ୱେଲଫେୟର ଫ୍ରଣ୍ଡରୁ ଏହି ଛାଡ଼ପତ୍ରର କାରଣ ସେଠାକାର ପ୍ରଶାସନ ଜାଣିବା ଆଶ୍ଚର୍ଯ୍ୟ ହୋଇଥିଲା । ଅଷ୍ଟ୍ରିଆରେ କେବଳ ବାଦବିଦା ପାଇଁ ଛାଡ଼ପତ୍ର ହୋଇନଥାଏ, ସେଠାରେ କିଛି ଏମିତି ସରକାରୀ ସୁବିଧା ରହିଛି ଯାହାର ଫାଇଦା ଉଠାଇବା ପାଇଁ ଅନେକ ମହିଳା ବାରମ୍ୱାର ବିବାହ ଓ ଛାଡ଼ପତ୍ର ଦେଉଛନ୍ତି। ଏକ ମିଡିଆ ରିପୋର୍ଟ ଅନୁସାରେ ଅଷ୍ଟ୍ରିଆର ଜଣେ 73 ବର୍ଷୀୟା ମହିଳାଙ୍କ ସ୍ୱାମୀଙ୍କର 1981ରେ ମୃତ୍ୟୁ ହେବା ଯୋଗୁ ତାଙ୍କୁ ବିଧବା ଭତ୍ତା ମିଳୁଥିଲା। ତାଙ୍କୁ ପ୍ରାୟ ମୋଟ 1.8 କୋଟି ଟଙ୍କାର ବିଧବା ଭତ୍ତା ମିଳିଛି। ହେଲେ ଏହି ବୟସ୍କା ମହିଳା ଜଣଙ୍କ ପୁଣିଥରେ 1982ରେ ବିବାହ କରିଥିଲେ। ଆଉ ଏହି ବିବାହ କରିବା ପଛର କାରଣ ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ।

ଅଷ୍ଟ୍ରିଆର ଏହି 73 ବର୍ଷୀୟା ମହିଳା ଏଥିପାଇଁ ପୁଣି ଥରେ ବିବାହ କରିଥିଲେ କାରଣ ସେଠାରେ ବିବାହ କଲେ ସରକାରଙ୍କ ପକ୍ଷରୁ 15 ଲକ୍ଷ ଟଙ୍କାର ସେୱରେନ୍ସ ପ୍ୟାମେଣ୍ଟ ମିଳିଥାଏ। କେବଳ ଏତିକି ନୁହେଁ ବିବାହ ପରେ ଛାଡ଼ପତ୍ର ହେଲେ ଭରଣପୋଷଣ ପାଇଁ ମଧ୍ୟ ସେଠାକାର ସରକାର ଛାଡ଼ପତ୍ର ହେଉଥିବା ମହିଳାଙ୍କୁ ଟଙ୍କା ଦେଇଥାନ୍ତି। ଫଳରେ ସେଠାକାର ମହିଳାମାନେ ନିୟମର ଲୁପ ହୋଲର ଫାଇଦା ଉଠାଇଥାନ୍ତି । ଏମିତି ବାରମ୍ୱାର ବିବାହ କରନ୍ତି ଏବଂ ଛାଡ଼ପତ୍ର ଦେଇ ସରକାରଙ୍କ କିଛଇ ଯୋଜନାର ଫାଇଦା ନେଇଥାନ୍ତି।

Leave A Reply

Your email address will not be published.