Latest Odisha News

ମୋଦିଙ୍କୁ ଭବ୍ୟ ସ୍ବାଗତ: ‘ବନ୍ଦେ ମାତରମ’ରେ ପ୍ରକମ୍ପିତ ହେଲା ଅଷ୍ଟ୍ରିଆ ମାଟି

ନୂଆଦିଲ୍ଲୀ: ରୁଷିଆ ପରେ ଏବେ ଅଷ୍ଟ୍ରିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୁଷ୍ ଭଳି ଅଷ୍ଟ୍ରିଆ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ସ୍ବାଗତ କରିଛି । ଅଷ୍ଟ୍ରିଆ ମାଟିରେ ପାଦ ଥୋଉ ଥୋଉ ‘ବନ୍ଦେ ମାତରମ’ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଅଷ୍ଟ୍ରିଆ ମାଟି । ବିଗତ ୪ ଦଶନ୍ଧି ମଧ୍ୟରେ ଅଷ୍ଟ୍ରିଆ ମାଟିରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପାଦ ପଡିଛି । ସବୁଠୁ ବଡ କଥା ହେଉଛି ଏହାକୁ ଅତ୍ୟନ୍ତ ଭବ୍ୟ କରିଛନ୍ତି ୟୁରୋପୀୟ ରାଷ୍ଟ୍ର । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ପାଇଁ ଅଷ୍ଟ୍ରିୟା ଗସ୍ତ କରିଛନ୍ତି । ଏହି ସମୟରେ ରେଡ୍ କାର୍ପେଟ ବିଛାଇ ମୋଦିଙ୍କୁ ସ୍ବାଗତ କରିଛି ଅଷ୍ଟ୍ରିଆ । ଏହା ପରେ ସ୍ବାଗତ ପୂର୍ବକ ଭାରତୀୟ ଜାତୀୟ ସଂଗୀତ ‘ବନ୍ଦେ ମାତରମ’ ମଧ୍ୟ ଗାନ କରିଥିଲେ ।

ଅଷ୍ଟ୍ରିଆର ଭିଏନାର ରିଜ୍-କାର୍ଲଟନ୍ ହୋଟେଲରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟ ଭବ୍ୟ ସ୍ୱାଗତ କରିଥିଲେ। ସେଠାରେ ଅଷ୍ଟ୍ରିଆର ଅର୍କେଷ୍ଟ୍ରା ‘ବନ୍ଦେ ମାତରମ୍‌’ର ଗାନର ଏକ ସ୍ୱତନ୍ତ୍ର ଉପସ୍ଥାପନା କରିଥିଲେ। ଯେଉଁ ମୁହୂର୍ତ୍ତକୁ ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ” ନିଜର ଜୀବନ୍ତ ସଂଗୀତ ସଂସ୍କୃତି ପାଇଁ ବେଶ୍ ଜଣାଶୁଣା ଅଷ୍ଟ୍ରିଆ । ‘ବନ୍ଦେ ମାତରମ୍‌’ର ଏହି ଚମତ୍କାର ପ୍ରଦର୍ଶନରେ ମୋତେ ତାହାର ଏକ ଝଲକ ଦେଖିବାକୁ ମିଳିଲା।”

Comments are closed.