ଏମିତି ହୁଏ ପ୍ରଥମ ଥର
ଏମିତି ହୁଏ ପ୍ରଥମ ଥର
ଫିର୍ଦୋଷୀ ତବସୁମ୍
ଏମିତି କିଛି ହୁଏ ପ୍ରଥମ ଥର
ତୁମେ ଦେଖି ମତେ ବୋଧେ
ଆଉ କିଛି ଦେଖିବା ଭୁଲିଯାଇଥିଲ
ଚକିତ ଥିଲ ତୁମେ
ଅପଲକ ଅନାଇ
ମଜ୍ଜି କହିଥିଲ,"ତୋ ସୁଢ଼ଳ ନୟନର
ପ୍ରେମ ପିଆଲାରେ ମତୁଆଲା ମୋର ଏ ମନ।"
ରୋମାଞ୍ଚରେ ଭରିଯାଇଥିଲା
ମୋର ମନ ସବୁଜ ଦିଗନ୍ତ…