Latest Odisha News

BREAKING NEWS

Bihar Polls: ଭୋଟ ଦେଉଛି ବିହାର, ପ୍ରଥମ ପର୍ଯ୍ୟାୟରେ ଜାଣନ୍ତୁ କାହା କାହା ଭାଗ୍ୟ ବାଜିରେ…

ପାଟନା: ବିହାର ବିଧାନସଭାର ୨୪୩ ଆସନ ମଧ୍ୟରୁ ୧୨୧ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୩.୭୫ କୋଟି ଭୋଟର ୧,୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବଂ ଆରଜେଡି ନେତା ତେଜସ୍ୱୀ…

Bihar Assembly Elections: ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଭୋଟ ଦେଉଛି ବିହାର

ପାଟନା: ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଭୋଟ ଦେଉଛି ବିହାର। ୧୮ ଜିଲ୍ଲାରେ ୧୨୧ଟି ଆସନରେ ଭୋଟ ଦେଉଛନ୍ତି ଜନତା। ପ୍ରଥମ ପର୍ଯ୍ୟାୟରେ ପାଟନା, ନାଳନ୍ଦା, ମୁଜାଫରପୁର, ଭାଗଲପୁର ଏବଂ ଲକ୍ଷ୍ମୀସରାଇ ସମେତ ୧୮ଟି ଜିଲ୍ଲାର ୧୨୧ ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ…

ଐତିହାସିକ କଟକ ବାଲିଯାତ୍ରାର ଶୁଭାରମ୍ଭ; ସରକାରୀ ଅନୁଦାନକୁ ୧୦ କୋଟି ଟଙ୍କାକୁ ବୃଦ୍ଧି 

ଭୁବନେଶ୍ବର: ବାଲିଯାତ୍ରା ଓଡିଆ ଜାତିର ସାହସ, ଦୃଢସଙ୍କଳ୍ପ ଓ ସାମୁଦ୍ରିକ ବାଣିଜ୍ୟ ସଂସ୍କୃତିର ଜୀବନ୍ତ ସ୍ମୃତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଅବସରରେ କହିଛନ୍ତି। କଟକର ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଉଦ୍‌ଘାଟନୀ…

ଜୟ କାହିଁକି ଦିଲ୍ଲୀରେ ବିକ୍ରି ହୋଇଗଲେ, କଳ୍ପନା ଢୋଲକିଆଙ୍କୁ ଜବାବ ମାଗିଲା ବିଜେଡି… 

ନୂଆପଡ଼ା: ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଡ଼ିଶାବାସୀଙ୍କୁ ନିଜ ପରିବାର ମାନନ୍ତି । ଏପରି ଜଣେ ବ୍ୟକ୍ତିଙ୍କ ପ୍ରତି କେହି ମିଛରେ ବି ଲାଞ୍ଛନା ଦେଇପାରନ୍ତି ନାହିଁ। କିନ୍ତୁ ନୂଆପଡ଼ା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ମାଆ ଯେପରି ଭାବେ ମିଥ୍ୟା ଆକ୍ଷେପ କରୁଛନ୍ତି…

ଘରୋଇ ହସ୍ପିଟାଲରେ ନର୍ସଙ୍କୁ ଅସଦାଚରଣ, ମେଡିକାଲ୍ ଆସିଷ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ…

ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଥିବା ଏକ ଘରୋଇ ନର୍ସିଂ ହୋମରେ ଗତ ୧୦ ମାସ ଧରି କାର୍ଯ୍ୟ କରି ଆସୁଥିବା ଜଣେ ଷ୍ଟାଫ୍ ନର୍ସ, ମେଡିକାଲ୍ ଆସିଷ୍ଟାଣ୍ଟ ଏବଂ ହସ୍ପିଟାଲ୍ ମ୍ୟାନେଜମେଣ୍ଟ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଏନେଇ ସେ ଚନ୍ଦ୍ରଶେଖରପୁର୍ ଥାନାରେ ଏକ…

କାର-ଭ୍ୟାନ ଧକ୍କା; ଫରେଷ୍ଟର ମୃତ, ୨ ଅଧିକାରୀ ଆହତ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାରେ ବୁଧବାର ଏକ ଦ୍ରୁତଗାମୀ ପିକ୍-ଅପ୍ ଭ୍ୟାନ ସହିତ ଏକ କାର ଧକ୍କା ହେବା ଫଳରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିବା ସହ ଦୁଇ ଜଣ ବନ ଅଧିକାରୀ ଆହତ ହୋଇଛନ୍ତି। ମୃତକଙ୍କ ନାମ ଗୁପ୍ତ ପ୍ରସାଦ ମହାନ୍ତି ବୋଲି ଜଣାପଡ଼ିଛି। ସେ ନବରଙ୍ଗପୁରର ଝରିଗାଁ ରେଞ୍ଜର…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଫେରିଲେ ପନ୍ତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ଟେଷ୍ଟ ସିରିଜ ପାଇଁ ବୁଧବାର ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଶୁଭମନ ଗିଲଙ୍କ ନେତୃତ୍ୱରେ ଘୋଷିତ ଦଳରେ ଷ୍ଟାର ୱିକେଟକିପର ରିଷଭ ପନ୍ତ ଫେରିଛନ୍ତି । ଆଘାତ ସମସ୍ୟା ଯୋଗୁ ସେ ଟିମଠାରୁ ଦୂରେଇ ରହିଥିଲେ । ତାଙ୍କୁ…

ଦେବୀ ରଥଙ୍କ ମୃତ୍ୟୁ ପାଇଁ ଡିଜେ ଦାୟୀ; କାହିଁକି ଏଭଳି କହିଲେ ପୁଅ

ଭୁବନେଶ୍ୱର: ଓଡ଼ିଆ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କର ବୁଧବାର ଦିନ ହୃଦଘାତରେ ଦେହାନ୍ତ ହୋଇଛି। ଆଉ ଏବେ ତାଙ୍କ ମୃତ୍ୟୁ ପାଇଁ ଡିଜେ ସଂଗୀତକୁ ଦାୟୀ କରିଛନ୍ତି ପରିବାର। ଏନେଇ ତାଙ୍କ ପୁଅ କହିଛନ୍ତି ଯେ, ଗତକାଲି ପାରାଦ୍ୱୀପ ଗଡରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା…

ପୂଜା କରିବାକୁ ଯାଇ ଗୁମ୍ଫାରେ ଫସିଲେ ମହିଳା, ୬ ଘଣ୍ଟା ପରେ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜୁଜୁମରା ଥାନା ଅଧୀନସ୍ଥ ମାରାଙ୍ଗାବାହାଲ ଗ୍ରାମର ସୁଜାତା ମେହେର ନାମକ ଜଣେ ମହିଳା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୂଜା ପାଇଁ ଡୁମୁରି ପାହାଡ଼କୁ ଯାଇଥିଲେ। ତେବେ ପାହାଡ଼ ଉପରେ ଥିବା ଏକ ପ୍ରାଚୀନ ସୁଡ଼ଙ୍ଗ ଦେଇ ଯାଉଥିବା ସମୟରେ ଏକ ବଡ଼ ପଥର ଏବଂ ଗଛର…

Operation Chhatru: ଆତଙ୍କବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ପ୍ରବଳ ଗୁଳିବିନିମୟ ; ୨-୩ ଆତଙ୍କୀ ଲୁଚି…

ଶ୍ରୀନଗର: ଆଜି ସକାଳେ କିସ୍ତୱାର ଜିଲ୍ଲାର ଚଟରୁ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ଏବଂ ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଜାରି ରହିଛି। ଅଧିକାରୀମାନେ କହିଛନ୍ତି ଯେ, ପ୍ରାପ୍ତ ସୂଚନା ଅନୁଯାୟୀ, ଜଙ୍ଗଲରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି…