ଆଶାରାମଙ୍କୁ ୬ ମାସର ଜାମିନ; ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ପୀଡିତା
ନୂଆଦିଲ୍ଲୀ: ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କୁ ଛଅ ମାସର ଜାମିନ ମଞ୍ଜୁର ପରେ ଜଣେ ନାବାଳିକା ଦୁଷ୍କର୍ମ ପୀଡିତା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପୀଡିତା ଆଶାରାମଙ୍କ ଜାମିନ ଖାରଜ ପାଇଁ ଆବେଦନ କରିଛନ୍ତି।
ଆଶାରାମ ୨୦୧୩ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।…