Latest Odisha News

BREAKING NEWS

Maoists Surrender: ଭୁଶୁଡୁଛି ମାଓଗଡ; ଆତ୍ମସମର୍ପଣ କଲେ ୬ ମହିଳା ସମେତ ୧୦ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ପୋଲିସ ଆଉ ଏକ ବଡ଼ ସଫଳତା ହାସଲ କରିଛି । ପୁଣି ଆଉ ୧୦ ଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରେ ୬ ଜଣ ମହିଳା ମାଓବାଦୀ ରହିଛନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ…

Chief Justice Of India: ଡିସେମ୍ବର ୧୪ରେ ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି

ଭୁବନେଶ୍ୱର: ଆସନ୍ତା ରବିବାର ଅର୍ଥାତ୍ ଡିସେମ୍ବର ୧୪ ତାରିଖରେ ଓଡ଼ିଶା ଆସିବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ସିଜେଆଇ ଭାବେ ଶପଥ ଗ୍ରହଣ କରିବା ପରେ ସେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି । କଟକ ସହିଦ ଭବନରେ ହାଇକୋର୍ଟ ବାର୍‌ ଆସୋସିଏସନ ପକ୍ଷରୁ ଆୟୋଜନ…

Myanmar military air strike: ସେନାର ଏୟାର ଷ୍ଟ୍ରାଇକରେ ହସ୍ପିଟାଲ ଧ୍ବଂସ; ୩୪ ମୃତ ଓ ୮୦ଆହତ

ନୂଆଦିଲ୍ଲୀ: ମିଆଁମାରର ରଖାଇନ୍ ରାଜ୍ୟରୁ ଏକ ଦୁଃଖଦ ଏବଂ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସୂଚନାମୁତାବକ ରାତିସାରା ସେନା ଦ୍ୱାରା ହୋଇଥିବା ଏୟାରଷ୍ଟ୍ରାଇକ(Myanmar military air strike)ରେ ଏକ ସମ୍ପୂର୍ଣ୍ଣ ହସ୍ପିଟାଲ ଧ୍ୱଂସାବଶେଷରେ ପରିଣତ ହୋଇଯାଇଛି। ବୁଧବାର ରାତିରେ ଅରାକାନ୍…

Wood Seized: ୧୦ ଲକ୍ଷ ଟଙ୍କାର ଖଇର ଓ କେନ୍ଦୁ କାଠ ଜବତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ବନାଞ୍ଚଳ ମହଗାଁ ସିଲଣ୍ଡା ନିକଟ ଜଣଙ୍କ ବଗିଚାରେ ଚଢାଉ ହୋଇଛି । ଚଢାଉ ବେଳେ ୧୦ ଲକ୍ଷ ଟଙ୍କାର ଖଇର ଓ କେନ୍ଦୁ କାଠ ଜବତ ହୋଇଛି । ଜବତ ହୋଇଥିବା କାଠ ଗଣ୍ଡିକୁ ଟ୍ରାକ୍ଟର ଯୋଗେ ବଙ୍ଗୋମୁଣ୍ଡା ରେଞ୍ଜେର କାର୍ଯ୍ୟାଳୟକୁ…

Two Arrest: ଭିଜିଲାନ୍ସର ପରିଚୟ ଦେଇ ବଡ଼ ବଡ଼ ଅଫିସରଙ୍କୁ ଠକୁଥିବା ଦୁଇ ଅଭିଯୁକ୍ତ ଗିରଫ

ରାଉରକେଲା: ଭିଜିଲାନ୍ସ ଅଫିସର କହି ବଡ ବଡ ଅଫିସରଙ୍କୁ ଠକୁଥିବା ଦୁଇ ଜଣ ଠକକୁ ଗିରଫ କରିଛି ରାଉରକେଲା ପୋଲିସ । ଗିରଫ ଦୁଇ ଠକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ମେଣ୍ଡାମାଳ ଗାଁର ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସମ୍ପର୍କୀୟ ପ୍ରଦୀପ କୁମାର ପଣ୍ଡା । ଜଣେ ଓଏଏସ ଅଫିସରଙ୍କ ଠାରୁ ୪ ଲକ୍ଷ ଟଙ୍କା…

ବଦଳିବ ‘ମନରେଗା ଯୋଜନା’ ନାଁ, କ୍ୟାବିନେଟ ବୈଠକରେ ମଞ୍ଜୁରୀ

ନୂଆଦିଲ୍ଲୀ: ପରିବର୍ତ୍ତନ ହେବ ମନରେଗା ଯୋଜନାର ନାମ। ମୋଦି ସରକାର MNREGA Scheme ର ନାଁ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ। ଶୁକ୍ରବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି। ସରକାର ମନରେଗାର ନାମ ପୂଜ୍ୟ ବାପୁ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା…

ରାଜଧାନୀରେ ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ନାବାଳିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅଭିଯୁକ୍ତ ଘର ମାଲିକଙ୍କୁ ଗିରଫ କରିଛି ପୋଲିସ। ପୀଡିତାଙ୍କୁ ଭେଟିଲେ ମହିଳା କମିଶନ ସଦସ୍ୟା। ପୀଡିତା ଓ ପରିବାର ଲୋକଙ୍କୁ ଭେଟି କଲେ…

ଏକାମ୍ର ଓ୍ଵାକ୍ସରେ ଓଡ଼ିଆ ଭାଷାର ଗୌରବ ଗାଥା ସାହିତ୍ୟ ଟ୍ରେଲ୍ ଏବଂ ଫିଲ୍ମ ସ୍କ୍ରିନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

ଭୁବନେଶ୍ୱର: ଏକାମ୍ର ଓ୍ଵାକ୍ସରେ ଆସନ୍ତା ରବିବାର ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ସାଂସ୍କୃତିକ ଅନୁଭୂତି ପ୍ରଦାନ କରୁଥିବା ଓଡ଼ିଆ ଭାଷାର ଗୌରବ ଗାଥା ସାହିତ୍ୟ ଟ୍ରେଲ୍ ଏବଂ ଫିଲ୍ମ ସ୍କ୍ରିନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସକାଳ ୧୧ଟା ୩୦ରେ ଓଡିଆ ଭାଷାର ଗୌରବ ଗାଥା ସାହିତ୍ୟ ସହିତ ଆରମ୍ଭ…

ଭୋଟ ତାଲିକାରୁ ଗୋଟିଏ ବି ନାଁ ବାଦ ପଡିଲେ ହେବ ବିଦ୍ରୋହ: ଦିଦିଙ୍କ ଖୋଲା ଚ୍ୟାଲେଞ୍ଜ

କୋଲକାତା: SIR କୁ ନେଇ ପଶ୍ଚିମବଙ୍ଗରେ ଚାଲିଛି ବିରୋଧ। ଏହାକୁ ସମ୍ପୂର୍ଣ୍ଣ ବିରୋଧ କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦଳ। ନିର୍ବାଚନ କମିସନ (ଇସି)ଙ୍କ ତରଫରୁ ବର୍ତ୍ତମାନ ପଶ୍ଚିମବଙ୍ଗ ସମେତ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇଆର (ସ୍ବତନ୍ତ୍ର ଭୋଟର ତାଲିକା…

Malkangiri Community Clash: ମାଲକାନଗିରି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ରିପୋର୍ଟ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ଏମ୍‌ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପମୁଖ୍ୟମନ୍ତ୍ରୀ କେନକ ବର୍ଦ୍ଧନ ସିଂହଦେଓ ରିପୋର୍ଟ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରିରେ ସ୍ଥିତି ସମୀକ୍ଷା…