Latest Odisha News

BREAKING NEWS

୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ

ଭୁବନେଶ୍ୱର: ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସାଥିରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ମୁଖ୍ୟମନ୍ତ୍ରୀ ସହ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ କାଳରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ…

ଜୁଲାଇ ୧ରୁ ଜନଶୁଣାଣି ଆରମ୍ଭ, ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜିକୃତ ହେବ ଅଭିଯୋଗ

ଭୁବନେଶ୍ୱର: ଜୁଲାଇ ୧ରୁ ଆରମ୍ଭ ହେବ ସାଧାରଣ ଅଭିଯୋଗ ଶୁଣାଣି। ଜୁଲାଇ ପହିଲା ଅର୍ଥାତ୍ ସୋମବାର ଠାରୁ ପୁଣି ଥରେ ସାଧାରଣ ଅଭିଯୋଗ ଶୁଣାଣି କରିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଏବଂ ଏସ୍‌ପି ସାଧାରଣ ଅଭିଯୋଗ ଶୁଣାଣି କରିବେ। ଜୁଲାଇ ୧ ତାରିଖରୁ…

ଆଡଭାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଭାରତରତ୍ନ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ। ବୁଧବାର ବିଳମ୍ବିତ ରାତିରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି। ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ସେ ହସ୍ପିଟାସଲରେ…

ଲକ୍ଷ୍ମୀ ବସ ସେବାର ଭବିଷ୍ଯତ କ’ଣ? ବିଭାଗୀୟ ମନ୍ତ୍ରୀ ଦେଲେ ଜବାବ

ଭୁବନେଶ୍ୱର: ପକେଟକୁ ସୁହାଇଲା ଭଳି ଭଡା ଦେଇ ଜଣେ ଗାଁରୁ ଆସିପାରିବ ସହର। ନବୀନ ସରକାର ନିର୍ବାଚନର କେଇ ମାସ ପୂର୍ବରୁ ଏପରି ଏକ ଯୋଜନା ଘୋଷଣା କରିଥିଲେ। ଲକ୍ଷ୍ମୀ ଯୋଜନା ନାଁରେ ପରିଚିତ ଏହି ଯୋଜନାର ଭବିଷ୍ୟତକୁ ନେଇ ଏବେ ଚର୍ଚ୍ଚା। ଲକ୍ଷ୍ମୀ ଯୋଜନା ଯେଉଁ ଉଦ୍ଦେଶ୍ୟରେ ଆରମ୍ଭ…

ଅଣ୍ଡା ଦେଇ ପାରି କଷ୍ଟ ପାଉଥିଲା ନାଗ, ଓୟୁଏଟିରେ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ହେଲା ସୁସ୍ଥ

ଭୁବନେଶ୍ୱର: ପୁରୁଣା ଭୁବନେଶ୍ଵରରେ ପୁନାମା ଗେଟ୍ ଅଞ୍ଚଳରେ ଏକ ଜଳଖିଆ ଦୋକାନରେ ପଶି ଯାଇଥିଲା ନାଗ ସାପ । ଦୋକାନୀ ସାପଟିକୁ ବାହାର କରି ନପାରି ସ୍ନେକ୍ ହେଲ୍ପ ଲାଇନ କୁ ଉଦ୍ଧାର ପାଇଁ ଡାକିଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଅରୁଣ କୁମାର ବରାଳ ଘଟଣା ସ୍ଥଳରେ ପହଞ୍ଚି ସାପ ଟିକୁ ଉଦ୍ଧାର…

ୟେମେନରେ ଫସିଛନ୍ତି ଓଡିଆ ପୁଅ ସାର୍ଥକ ନାୟକ

ଭୁବନେଶ୍ବର: ଚାରିମାସ ହେଲା ୟେମେନରେ ଫସିଛି ପୁଅ । ଉଦ୍ଧାର କରିବାକୁ କେନ୍ଦ୍ର ସରକାରଙ୍କୁ ଗୁହାରି କରିଛନ୍ତି ବାପା ବିଦ୍ୟାଧର ନାୟକ। ଭାରତୀୟ ନାବିକ ତଥା ସେକେଣ୍ଡ ଅଫିସର ସାର୍ଥକ ନାୟକ ଗତ ଚାରି ମାସ ହେଲା ଲୋହିତ ସାଗରରେ ୟେମେନର ରାସ ଇସା ବନ୍ଦରରେ ଅକୋୟା ଗ୍ୟାସ ନାମକ ଜାହାଜରେ ଫସି…

କଂଗ୍ରେସରେ ପିଟ୍ରୋଡା ପୁନଃ ଅବସ୍ଥାପିତ, କଟାକ୍ଷ କରି ବିଜେପି କହିଲା ‘ଯାହା ହେବାର କଥା ହୋଇଛି’

ନୂଆଦିଲ୍ଲୀ: ଭାରତୀୟ ବିଦେଶୀ କଂଗ୍ରେସର ଅଧ୍ୟକ୍ଷ ଭାବେ ସାମ୍ ପିଟ୍ରୋଡାଙ୍କୁ ପୁନଃ ଅବସ୍ଥାପିତ କରାଯିବା ପରେ ବିଜେପି କଂଗ୍ରେସକୁ ଟାର୍ଗେଟ କରି କହିଛି ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ହଟାଇବା ଓ ପୁନଃ ଅବସ୍ଥାପିତ କରିବାର ସମଗ୍ର ପ୍ରକ୍ରିୟା କେବଳ ଏକ ନିର୍ବାଚନୀ କୌଶଳ। ବିଜେପି ଆଇଟି…

ରାହୁଲଙ୍କ ସମ୍ବିଧାନ ବହି ଧରି ଶପଥ ପାଠ, ସଂସଦରେ ଜରୁରୀକାଳୀନ କଥା କହି ସରକାର ଦେଲେ ଜବାବ

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟ ଦେଖିବାରେ ଯେଉଁଭଳି ରୋମାଞ୍ଚ ରହିଥାଏ ସେହିଭଳି ଏକ ରୋମାଞ୍ଚ ଦେଖିବାକୁ ମିଳିପାରେ ଚଳିତ ଅଷ୍ଟାଦଶ ଲୋକସଭା କାର୍ଯ୍ୟକାଳରେ। ସାଂସଦ ଭାବେ ଶପଥ ନେବା ହେଉ ଅବା ସଂସଦରେ ପ୍ରଥମ ଦିନରେ ପ୍ରବେଶ ବେଳେ ବିରୋଧୀ ସାଂସଦ ସମ୍ବିଧାନର ବହି ଦେଖାଇ ସରକାରକୁ କାଉଣ୍ଟର…

‘ଲୋକଙ୍କ ସରକାର’ରେ ବଦଳିନି ପୋଲିସର ମାନସିକତା, ଚାନ୍ଦବାଲି ଘଟଣାରେ କାହିଁକି ଚୁପ୍?

ଭୁବନେଶ୍ୱର: ଭଦ୍ରକ ଚାନ୍ଦବାଲି ଥାନା ପରିସରରେ ମହିଳା ଏବଂ ତାଙ୍କ ନାବାଳିକାକୁ ପୋଲିସ ଯେଉଁଭଳି ଭାବେ ମାଡ଼ ମାରିବା ସହ ନିର୍ଯାତନା ଦେଇଛି ତାହା ଏବେ ପୋଲିସର ଦାଦାଗିରିକୁ ଦର୍ଶାଇଛି। ନିଜେ ବିଧାୟକ ଥିବା ବେଳେ ମୋହନ ମାଝୀ ମଧ୍ୟ ପୋଲିସର ଏଭଳି ବ୍ୟବହାରର ଶିକାର ହୋଇଥିଲେ। ତେଣୁ…

ବର୍ଷାରେ ବେହାଲ ରାଜଧାନୀ: ସମସ୍ୟାର ସମାଧାନ ନୂଆ ସରକାର ପାଇଁ ବଡ଼ ଆହ୍ବାନ୍

ଭୁବନେଶ୍ୱର: ରାଜଧାନୀରେ କେଇ ଘଣ୍ଟା ବର୍ଷା ହେଲା ମାତ୍ରେ ସ୍ଥିତି ଏପରି ହେଉଛି ଯେ ଯେପରି ଉଛୁଳା ବର୍ଷା ପାଣିରେ ଭାସିବା ସ୍ଥିତିକୁ ଆସି ଯାଉଛି ରାଜଧାନୀ। ସଠିକ୍ ଢଙ୍ଗରେ ବର୍ଷା ପାଣି ନିଷ୍କାସନ ହୋଇପାରୁନଥିବାରୁ ଏପରି ଏକ ସମସ୍ୟା ଦୀର୍ଘ ବର୍ଷ ହେବ ରାଜଧାନୀରେ ଦେଖିବାକୁ ମିଳୁଛି। ଏହି…