Latest Odisha News

BREAKING NEWS

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ଶୀର୍ଷ ସ୍ଥାନ ହରାଇଲେ ବୁମରାହ

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଶୀର୍ଷ ସ୍ଥାନ ହରାଇଛନ୍ତି । ଦକ୍ଷିଣ ଆଫ୍ରିକା ପେସ ବୋଲର କାଗିସୋ ରାବାଡା ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ବୁମରାହ ୮୪୬ ରେଟିଂ ପଂଏଟ ସହ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ରାବାଡା ୮୬୦ ପଂଏଟ ହାସଲ…

ଇସ୍କନର ଅଦିନିଆ ରଥଯାତ୍ରାକୁ ନିନ୍ଦା କଲେ ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ଅଦିନିଆ ରଥଯାତ୍ରା ଆୟୋଜନ ନେଇ ଇସ୍କନର ଯୋଜନାକୁ କଡା ନିନ୍ଦା କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ପରମ୍ପରା ଏବଂ ଭାବନା ମଧ୍ୟରେ ଏକ ସମନ୍ୱୟ ରକ୍ଷା କରିବାର ଆବଶ୍ୟକତାକୁ ଦର୍ଶାଇ ସେ କହିଛନ୍ତି ଯେ ଭଗବଦ୍ ଗୀତା ସଫଳତା ପାଇବା ପାଇଁ ସମନ୍ୱୟ ରକ୍ଷା…

କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ୱର: କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଦ୍ୱାରା ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଦଳ ତରଫରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ସହିତ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା…

ଦୀପାବଳି ପାଇଁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଚାରିଆଡେ ଉତ୍ସବର ମାହୋଲ। ଦୀପାବଳିକୁ ନେଇ ସମସ୍ତେ ଉତ୍ସବମୁଖର। ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଦେଇଛନ୍ତି। ସେ ଏକ ଭିଡିଓ ଜରିଆରେ ସମସ୍ତ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି। ଭିଡିଓ…

ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ମୋବାଇଲ୍ ଚୋରି, ୪ ଗିରଫ

ନୂଆଦିଲ୍ଲୀ: ଦୀପାବଳି ପାଇଁ ଆଜିକାଲି ବଜାରରେ ବହୁ ସଂଖ୍ୟାରେ ଭିଡ ଦେଖିବାକୁ ମିଳୁଛି। ଏହି ସମୟରେ ଦିଲ୍ଲୀର ଚାନ୍ଦନୀ ଚୌକରେ ସାଧାରଣ ବ୍ୟକ୍ତି ନୁହେଁ ବରଂ ଜଣେ ନାମୀଦାମୀ ବ୍ୟକ୍ତିଙ୍କ ଫୋନ ଚୋରି ହୋଇଯାଇଛି। ଅକ୍ଟୋବର ୨୦ରେ ଫ୍ରାନ୍ସର ରାଷ୍ଟ୍ରଦୂତ ଥିଏରି ମାଥୋ ତାଙ୍କ ପତ୍ନୀଙ୍କ ସହ…

ପୂନର୍ବାର ବେଙ୍ଗାଲୁରର ଅଧିନାୟକ ଦାୟିତ୍ୱ ତୁଲାଇ ପାରନ୍ତି ବିରାଟ କୋହଲି

ବେଙ୍ଗାଲୁର: ଆଇପିଏଲ ୨୦୨୫ ସଂସ୍କରଣରେ ବିରାଟ କୋହଲି ପୂନର୍ବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଅଧିନାୟକ ଦାୟିତ୍ୱ ତୁଲାଇ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ୨୦୨୨ରେ କୋହଲି ଅଧିନାୟକ ଦାୟିତ୍ୱରୁ ସ୍ୱତଃ ଓହରି ଯାଇଥିଲେ । ଏହା ପରେ ଫାପ ଡୁ ପ୍ଲେସି ଦଳର ନେତୃତ୍ୱ ନେଇଥିଲେ ।…

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ: ୱାଙ୍ଖେଡରେ ମଧ୍ୟ ପ୍ରଥମ ଦିନରୁ ବଲ କରିବ ଟର୍ଣ୍ଣ

ମୁମ୍ବାଇ: ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ୩ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ କ୍ରମାଗତ ୨ଟି ଟେଷ୍ଟ ହାରି ସିରିଜ ପରାଜୟବରଣ କରିଛି । ଏବେ ତୃତୀୟ ଟେଷ୍ଟ ମୁମ୍ବାଇର ୱାଙ୍ଖେଡରେ ଖେଳାଯିବ । ପେସ ଏବଂ ସ୍ପିନ ପିଚରେ ଫେଲ ମାରିଥିବା ଟିମ ଇଣ୍ଡିଆ ଏଥର କିପରି ନ୍ୟୁଜିଲାଣ୍ଡକୁ ସାମ୍ନା କରୁଛି ତାହା…

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍; ଆଇନ ଆଣିବେ ସରକାର

ଭୁବନେଶ୍ବର: ଗତ କିଛି ବର୍ଷ ହେବ ଯାତ୍ରା ପ୍ରତି ପୁଣି ଆକୃଷ୍ଟ ହେଉଛନ୍ତି ଲୋକେ । ହେଲେ ଯାତ୍ରା ଆରମ୍ଭ ହେବା ପୂର୍ବରୁ ହେଉଥିବା ଆଇଟମ୍‌ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି । ଫଳରେ ନାନା ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେଉଛି । ଯାହାକୁ ନେଇ କଠୋର ହୋଇଛନ୍ତି ରାଜ୍ୟ ସରକାର ।…

ନଭେମ୍ବର ୨୬ରୁ ଆରମ୍ଭ ବିଧାନସଭାର ଶୀତକାଳୀନ ଅଧିବେଶନ 

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ରୁ ଆରମ୍ଭ ହେବାକୁ ଥିବାବେଳେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ବୁଧବାର ବିଧାନସଭା ସଚ୍ଚିବାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ନଭେମ୍ବରରେ ୫ ଏବଂ ଡିସେମ୍ବର ମାସରେ ୨୫ କାର୍ଯ୍ୟ ଦିବସ ରହିବ। ୨୦୨୪-୨୫…

ବଢିଲା କନଷ୍ଟେବଳ ନିଯୁକ୍ତି ଆବେଦନ ତାରିଖ

କଟକ: ଓଡ଼ିଶାର ବିଭିନ୍ନ ବାଟାଲିଅନରେ କନଷ୍ଟେବଳ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ବୁଧବାର ଥିବାବେଳେ ଏହାକୁ ବୃଦ୍ଧି କରିଛନ୍ତି ମାନ୍ୟବର ହାଇକୋର୍ଟ । ଆବେଦନ ତାରିଖର ସମୟ ସୀମା ନଭେମ୍ବର ୧୫ ପର୍ଯ୍ୟନ୍ତ ବଢିଛି । ଓଡ଼ିଶା ପୋଲିସ ପକ୍ଷରୁ ଆବେଦନର ସମୟସୀମା ୩୦ ଅକ୍ଟୋବର ୨୦୨୪…